Below header

ବିଚ୍‌ ରାସ୍ତାରେ ଡାକ୍ତର ଦମ୍ପତିଙ୍କୁ ଗୁଳି ମାରି ହତ୍ୟା, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ରାଜସ୍ଥାନ: ବିଚ୍‌ ରାସ୍ତାରେ ଡାକ୍ତର ଦମ୍ପତିଙ୍କୁ ଗୁଳି ମାରି ହତ୍ୟା। ଡାକ୍ତର ଦମ୍ପତି କାର୍‌ରେ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରିଛନ୍ତି। ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି ଲୋମହର୍ଷକ ହତ୍ୟା। ଡାକ୍ତର ସୁଦୀପ ଗୁପ୍ତା ଓ ଡାକ୍ତର ସୀମା ଗୁପ୍ତା କାରରେ ଯାଉଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଗାଡ଼ି ଅଟକାଇଥିଲେ। ଏହା ପରେ ସେମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

video courtesy: Hindustan Times 

ଘଟଣାସ୍ଥଳରେ ଡାକ୍ତର ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା।  ଦୁର୍ବୃତ୍ତମାନଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ। ଦୁଇବର୍ଷ ତଳେ ସୁଦୀପଙ୍କ ପ୍ରେମିକାକୁ ସୀମା ଜାଳି ହତ୍ୟା କରିବା ଅଭିଯୋଗ ଆସିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଥିବା ଦୋକାନର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ପୋଲସି ଅନୁମାନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.