Below header

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ହେବ କରୋନା ଟେଷ୍ଟ, ସଂକ୍ରମିତଙ୍କ ସହ ମିଳାଇଥିଲେ ହାତ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନା ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି। କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ ଖାନଙ୍କୁ ତାଙ୍କ ମେଡିକାଲ ବିଶେଷଜ୍ଞ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଥିଲେ। ଏବେ ଏହା କରିବା ପାଇଁ ଇମ୍ରାନ ରାଜି ହୋଇଯାଇଛନ୍ତି। ଏ ନେଇ ତାଙ୍କ ବ୍ୟକ୍ତିଗତ ଫିଜିସିଆନ ତଥା ସୌକତ ଖାନମ ମେମୋରିଆଲ କ୍ୟାନ୍ସର ହସ୍ପିଟାଲର ସିଇଓ ଫୈଜଲ ସୁଲତାନ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଏଧି ଫାଉଣ୍ଡେସନର ଚିଫ ଅବଦୁଲ ସତାରଙ୍କ ପୁଅ ଫୈସଲ ଏଧିଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା। ଏବେ ଫୈସଲ ଏଧିଙ୍କଠାରେ କରୋନା ପଜିଟିଭ ମିଳିଛି। ସୁଲତାନ କହିଛନ୍ତି, ‘ପ୍ରଧାନମନ୍ତ୍ରୀ କରୋନା ଟେଷ୍ଟ କରାଇବେ। କାରଣ, ସେ ଦେଶର ଜଣେ ଦାୟିତ୍ୱବାନ ନାଗରିକ’।

Imran Khan Prime Minister of Pakistan addresses

15 ଏପ୍ରିଲରେ ଇମ୍ରାନ ଖାନଙ୍କର ପାକିସ୍ତାନର ସମାଜ ସୁଧାରକ ଫୈସଲଙ୍କ ସହିତ ସାକ୍ଷାତ ହୋଇଥିଲା। ଏହି ସମୟରେ ଫୈସଲ, ଇମ୍ରାନ ଖାନଙ୍କୁ 1 କୋଟି ଟଙ୍କାର ଚେକ ଦେଇଥିଲେ। ଏହି ସାକ୍ଷାତ ପରେ ଫୈସଲଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଇଥିଲା। ଟେଷ୍ଟ କରାଇବା ପରେ ସେ ପଜିଟିଭ ମିଳିଛନ୍ତି। ତେବେ ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ମେଡିକାଲ ଏକ୍ସପର୍ଟ ତୁରନ୍ତ ତାଙ୍କୁ ଟେଷ୍ଟ କରେଇବାକୁ କହିବା ପରେ ସେ ଏଥିରେ ସହମତ ହୋଇଛନ୍ତି।

ଏମିତିରେ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ସେଲ୍ଫ ଆଇସୋଲେସନରେ ମଧ୍ୟ ଯାଇପାରନ୍ତି। ସେପଟେ ଫୈସଲ ଏଧିଙ୍କ ପୁଅ ସାଦ କହିଛନ୍ତି, ‘ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ତାଙ୍କ ବାପାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ଇସଲାମାବାଦରେ ଚିକିତ୍ସିତ ହେଉଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.