ଆଜି ରାଜ୍ୟର ସମସ୍ତ ୬୭୯୮ ଜଣ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ସରପଞ୍ଚମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ୬୭୯୮ ଜଣ ସରପଞ୍ଚଙ୍କ ସହ କଥା ହେବେ । କରୋନା ମୁକାବିଲା ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିପାରନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି । ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଏବଂ ୟୁଏଲ୍‌ବିମାନଙ୍କ ସଶକ୍ତୀକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍‌ ଭାବରେ ମୁକାବିଲା କରି ପାରିବା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ଲକ୍‌ଡାଉନ୍‌ ବେଳେ ବାହାର ରାଜ୍ୟରୁ ଲୋକ ଓଡ଼ିଶାକୁ ଫେରୁଛନ୍ତି । ଏଭଳି ସ୍ଥିତିରେ ପଞ୍ଚାୟତମାନେ ଚାହିଁଲେ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ପାରିବେ ଓ କରୋନାରୁ ବଞ୍ଚାଇ ପାରିବେ ବୋଲି ଗତକାଲି କହିଥିଲେ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରଚ ବାଗଜୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.