Below header

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କରୋନା ଟେଷ୍ଟ, ପାସ୍‌ କି ଫେଲ୍‌ ହେଲେ ଜାଣନ୍ତୁ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ୍‌ ଆସିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗତକାଲି ତାଙ୍କର ନମୂନା ସଂଗ୍ରହ କରାଯାଇଥିଲା । ଯାଞ୍ଚ ପରେ ଆଜି ତାଙ୍କର ରପୋର୍ଟ ନେଗେଟିଭ୍‌ ଆସିଛି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ତେବେ ଏହାକୁ ନେଇ ବିଭ୍ରାନ୍ତି ମଧ୍ୟ ରହିଛି । ଏକ ଟେଲିଭିଜନ୍‌ ଚ୍ୟାନେଲ୍‌ ସୂତ୍ରରୁ ଜଣାପଡ଼ିଛି ଯେ ଇମ୍ରାନ୍‌ଙ୍କ ଯାଞ୍ଚ୍‌ କରାଯାଇ ନାହିଁ ବୋଲି ପ୍ରଥମେ କୁହାଯାଇଥିଲା । ପରେ କୁହାଯାଇଛି ଯେ ରିପୋର୍ଟ ଆସି ନଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ବେଲି କୁହା ସରିଲାଣି ।

IMRAN-2ଛଅ ଦିନ ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଇଦି ଫାଉଣ୍ଡେସନ୍‌ର ମୁଖ୍ୟ ଫଇଜଲ ଇଦିଙ୍କୁ ଭେଟିଥିଲେ । ଯିଏକି କରୋନା ଆକ୍ରାନ୍ତ ଥିଲେ । ଏହା ପରେ ଇମ୍ରାନ୍‌ଙ୍କ ନମୂନା ନିଆଯାଇଥିଲା । କାରଣ ଦେଶରେ ନିୟମ କରାଯାଇଛି ଯେ ଯିଏ କେହି ବି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବ ସେ ଯାଞ୍ଚ କରିବାକୁ ବାଧ୍ୟ । ଏହି ଧାରାରେ ଲୋକଙ୍କୁ ସୂଚନା ଦେବା ପାଇଁ ଇମ୍ରାନ୍‌ ମଧ୍ୟ ନିଜର ପରୀକ୍ଷା କରାଇଥିବା ସ୍ପଷ୍ଟ କରିଥିଲେ । ତେବେ ସୂଚନା ଅନୁସାରେ ଇମ୍ରାନ୍‌ଙ୍କ ନମୂନା ନେଗେଟିଭ୍‌ ଆସିଥିଲେ ମଧ୍ୟ ସେ ଆଇସୋଲେସନ୍‌ରେ ଅଛନ୍ତି ନା ନାହିଁ ତାହା ଜଣାପଡ଼ି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.