ଖୁବଶୀଘ୍ର କରୋନାରୁ ମିଳିବ ମୁକ୍ତି, ମଣିଷଙ୍କଠାରେ ଟୀକା ପରୀକ୍ଷଣକୁ ଜର୍ମାନୀର ମଞ୍ଜୁରୀ

କରୋନା କବଳରୁ ମଣିଷ ସମାଜକୁ ମୁକ୍ତ କରିବା ପାଇଁ ବୈଜ୍ଞାନିକମାନେ ପ୍ରଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ଏକ ଖୁସିଖବର ସାମ୍ନାକୁ ଆସିଛି। ଜର୍ମାନୀର ଭ୍ୟାକ୍ସସିନ ରେଗୁଲେଟର ମନୁଷ୍ୟ ଶରୀରରେ ଟୀକା ପରୀକ୍ଷଣ କରିବାକୁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି। ଏହି ଟୀକାକୁ ଜର୍ମାନ ବାୟୋଟେକ କମ୍ପାନୀ BioNTech ପ୍ରସ୍ତୁତ କରିଛି।

ପ୍ରଥମ ପର୍ଯ୍ୟାୟରେ ଏହି ଟୀକା ୧୮ରୁ ୫୫ ବର୍ଷ ବୟସ୍କ ୨୦୦ ଜଣ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି ଜଣାପଡ଼ିଛି। ଯଦି ଏହା ସଫଳ ହୁଏ ତେବେ ଅନ୍ୟମାନଙ୍କଠାରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି।

BioNTech ତରଫରୁ କୁହାଯାଇଛି ଯେ ଫାର୍ମା giant Pfizer ର ମିଳିତ ସହଯୋଗରେ ସେମାନେ ଏହି ଟୀକାକୁ ତିଆରି କରିଛନ୍ତି। ଟୀକାର ନାଁ ରଖାଯାଇଛି BNT162। ସେ କହିଛନ୍ତି ଯେ ଟୀକାର ପରୀକ୍ଷଣ ସଫଳ ହେଲେ ସେ ଏହାକୁ ଅନ୍ୟ ଦେଶକୁ ମଧ୍ୟ ପଠାଇବେ ବୋଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.