Below header

କୋଭିସିଲ୍‌ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ରହିବ ୧୨ରୁ ୧୬ ସପ୍ତାହ,ଟିକାକରଣ ପ୍ୟାନେଲର ପ୍ରସ୍ତାବ

କେନ୍ୟୁଜ୍(ବ୍ୟୁରୋ):   କୋଭିସିଲ୍‌ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ରହିବ ୧୨ରୁ ୧୬ ସପ୍ତାହ। ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରିବାକୁ କେନ୍ଦ୍ର ଟିକାକରଣ ପ୍ୟାନେଲ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୪ରୁ ୮ସପ୍ତାହ ରହିଛି। ତେବେ କୋଭାକ୍ସିନ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି ନେଇ କୌଣସି ପ୍ରସ୍ତାବ ଦେଇନି ପାନେଲ। ସେହିପରି କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ସୁସ୍ଥ ହେବାର ୬ମାସ ପରେ ଟିକା ନେବା ଆବଶ୍ୟକ ବୋଲି ପ୍ରସ୍ତାବ ଦିଆଯାଇଛି।

ଟିକାକରଣ ସମ୍ବନ୍ଧୀୟ ଜାତୀୟ ବୈଷୟିକ ପରାମର୍ଶଦାତା ମଣ୍ଡଳୀ କୋଭିଡ ସଂକ୍ରମଣ ନେଇ ବିଭିନ୍ନ ଅନୁଧ୍ୟାନ କରିବା ପରେ ଏହି ମତ ଦେଇଛନ୍ତି। ସେହିପରି ଗର୍ଭବତୀ ମହିଳାଙ୍କ ସମ୍ମତିରେ ସେମାନଙ୍କ ଟିକାକରଣ ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ୟାନେଲର ପ୍ରସ୍ତାବକୁ କୋଭିଡ ସମ୍ବନ୍ଧୀୟ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପକୁ ଅନୁମୋଦନ ପାଇଁ ପଠାଯିବ। ପୂର୍ବରୁ ଏହି ପ୍ୟାନେଲ କୋଭିସିଲ୍‌ଡର ୨ଟି ଡୋଜ ମଧ୍ୟରେ ବ୍ୟବଧାନକୁ ୪ରୁ ୬ସପ୍ତାହକୁ ୪ରୁ ୮ ସପ୍ତାହକୁ ବୃଦ୍ଧି ନେଇ ପ୍ରସ୍ତାବ ଦେଇଥିଲେ, ଯାହାକୁ ଅନୁମୋଦନ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.