Below header

ଆରବ ସାଗରରେ ଶକ୍ତି ଗୋଟାଉଛି “ତାଉ-ତେ”, ୨୪ ଘଣ୍ଟା ଭିତରେ ୱେଲ ମାର୍କଡ ଲୋ-ପ୍ରେସରର ରୂପ ନେବ

ଭୁବନେଶ୍ୱର(କେ ନ୍ୟୁଜ): ଆରବ ସାଗରରେ ଦାନା ବାନ୍ଧୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ଦକ୍ଷିଣପୂର୍ବ ଆରବ ସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଗଣ୍ଟାରେ ଏହା ୱେଲ ମାର୍କଡ ଲୋ-ପ୍ରେସରର ରୂପ ନେବ । ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନର ରୂପ ନେବ ଲଘୁଚାପ । ତାପରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଦେଇ ଗତିି କରିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ ଲଗାଇଛନ୍ତି । ଅଧିକ ଘନୀଭୂତ ହୋଇ ୧୬ ତାରିଖରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ଅବପାତ ।

ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବାତ୍ୟା ହେଲେ ଏହାର ନାଁ ରହିବ ତାଉ-ତେ । ସାଇକ୍ଲୋନିକ୍‌ ଷ୍ଟର୍ମ ଘନୀଭୂତ ହେଲେ ଆଉ କେଉଁ ରୂପ ଧାରଣ କରିବ ? ବାତ୍ୟାର ଗତି କୁଆଡ଼େ ରହିବ ? କଣ ରହିବ ଏହାର ପ୍ରଭାବ ? ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ ଆକଳନ କରାଯାଇ ନାହିଁ । ୪୮ ଘଣ୍ଟା ମଧ୍ୟରେ ଗତିପଥ ସଂପର୍କରେ ବିଶେଷ ସୂଚନା ମିଳିପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.