ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ‘ଏଗ୍‌ ଡେଭିଲ୍‌ ଫ୍ରାଏ’, ଟେଷ୍ଟରେ ହୋଇଯିବେ ଦିଓ୍ଵାନା

ଚା ସହିତ ଆଳୁ ଏବଂ ପିଆଜ ପକୋଡି ସମସ୍ତଙ୍କୁ ପସନ୍ଦ ଆସେ। ଯାହା ଚୁସକିକୁ ଆହୁରି ମଜାଦାର କରିଦେବ। ଆଜି ଆମେ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ଚାର ସ୍ୱାଦକୁ ଆହୁରି ସାନଦାର କରିଦେବ। ଆଜି ଆମେ ଆପଣଙ୍କୁ ଜଣାଇବୁ ଅଣ୍ଡାରେ ପ୍ରସ୍ତୁତ ଏଗ୍‌ ଡେଭିଲ। ଯାହାର ସ୍ୱାଦ ଥରେ ଚାଖିଲେ ଆପଣ ଏହାର ଦିଓ୍ଵାନା ହୋଇଯିବେ। ଆସନ୍ତୁ ଜାଣିବା ଏହାକୁ କେମିତି ଆପଣ ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ଅଣ୍ଡା – ୪ (ସିଝା ହୋଇଥିବା)
ସିଝା ଆଳୁ – ଏକ କପ୍‌
ବେସନ – ୧ କପ୍‌
ପିଆଜ – ଛୋଟ କଟା ହୋଇଥିବା
ରସୁଣ ଛୋଟ କଟା ହୋଇଥିବା – ୪ କୋଲା
ଅଦା ଛୋଟ କଟା ହୋଇଥିବା – ୧
ଲୁଣ – ସ୍ୱାଦାନୁସାରେ
ଗୋଲମରୀଚ ପାଉଡର – ୧ ଚାମଚ
ଲାଲ ଲଙ୍କା ପାଉଡର – ଏକ ଚାମଚ୍‌
କଞ୍ଚା ଲଙ୍କା – ଛୋଟ କଟା ହୋଇଥିବା
ଧନିଆ – ୧ କପ୍‌ କଟା ହୋଇଥିବା
ରିଫାଇନ୍‌ ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ କଡାରେ ତେଲ ଗରମ କରନ୍ତୁ।
  • ଏଥିରେ ଅଦା, ରସୁଣ,ପିଆଜ ପକାଇ ଦିଅନ୍ତୁ।
  • ୨ ମିନିଟ୍‌ ପରେ ସିଝା ଆଳୁ, ଲୁଣ, ଗୋଲମରୀଚ ପାଉଡର, କଞ୍ଚା ଲଙ୍କା ଏବଂ ଲଙ୍କା ଗୁଣ୍ଡ ପକାଇ ଦିଅନ୍ତୁ।
  • ଏବେ ଏଥିରେ ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଏବେ ଅଣ୍ଡାକୁ ଦୁଇ ଭାଗରେ କାଟି ଦିଅନ୍ତୁ।
  • ଏବେ ଗୋଟେ ଅଣ୍ଡାକୁ ନେଇ ଆଳୁ ମିଶ୍ରଣକୁ ବନାଇ ଦିଅନ୍ତୁ।
  • ଏବେ ବେସନ, ହଳଦି ପାଉଡର, ଲୁଣ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।
  • ଏଥିରେ ପ୍ରସ୍ତୁତ କରି ରଖିଥିବା ଅଣ୍ଡା ପକୋଡାକୁ ବେସନ ଘୋଳରେ ବୁଡାଇ ବ୍ରେଡ ଗୁଣ୍ଡରେ ଡିପ୍‌ କରନ୍ତୁ।
  • କଡାରେ ତେଲ ଗରମ କରନ୍ତୁ ଏବଂ ଗୋଟେ ଗୋଟେ କରି ଛାଣି ଦିଅନ୍ତୁ।
  • ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ ଏବଂ ସାଲାଡ କିମ୍ବା ମସ୍ଟାର୍ଡ ସସ୍‌ ସହ ଗରମା ଗରମ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.