ତିନି ଦିନ ପାଇଁ ବନ୍ଦ ରହିବ ରାୟଗଡ଼ା ମହିଳା ମହାବିଦ୍ୟାଳୟ, ୨ ଅଧ୍ୟାପିକା କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାପାଳଙ୍କ ଘୋଷଣା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ଥରେ କରୋନା ଆତଙ୍କ। ସହରରେ ଥିବା ମହିଳା ମହାବିଦ୍ୟାଳୟର ୨ଜଣ ଅଧ୍ୟାପିକା କରୋନା ଆକ୍ରାନ୍ତ ହେବା ପରେ ମହାବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି।

ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ସେହିଭଳି ରୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ଥିବା GIET ୟୁନିଭର୍ସିଟିର ୩ ଜଣ ଛାତ୍ରଙ୍କ ନିକଟରେ କରୋନା ଲକ୍ଷଣ ଥିବା ଜଣାପଡିଥିଲା । ଫଳରେ ୩ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.