Below header

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା, ଗୋଟିଏ ଦିନରେ ହୋଇଛି  ୨ ହଜାର ୨୭ଟି ଟେଷ୍ଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି । ଗୋଟିଏ ଦିନରେ ୨ ହଜାର ୨୭ଟି ନମୂନା ପରୀକ୍ଷା ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆରଏମ୍‌ଆରସିରେ ସର୍ବାଧିକ ୧୨୩୪, ଏସ୍‌ସିବିରେ ୩୭୮, ଆଇଏଲ୍‌ଏସ୍‌ରେ ୧୯୨ଟି ନମୂନା ପରୀକ୍ଷା କରାଯାଇଛି । ସେହିପରି ଏମ୍‌ସରେ ୭୭, ଆଇଜିଏଚ୍‌ରେ ୫୧, ଏମ୍‌କେସିଜିରେ ୪୧, ଭିମ୍‌ସାରରେ ୩୩ ଓ ଆପୋଲୋରେ ୨୧ଟି ନମୁନା ପରୀକ୍ଷା କରାଯାଇଛି । କଠିନ ପରିଶ୍ରମ ଗୋଟିଏ ଦିନରେ ଏତେ ସଂଖ୍ୟକ ଟେଷ୍ଟ କରାଯାଇଥିବାରୁ ମାଇକ୍ରୋବାୟୋଲୋଜିଷ୍ଟ, ଟେକ୍ନିସିଆନ୍‌ ଓ ଲାବ୍ରୋଟାରୀର ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.