Below header

କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ରାଜ୍ୟ ଆରମ୍ଭ କଲା ଖାସ ଅଭିଯାନ, ‘Google Map’କୁ ଟଚ କରୁ କରୁ ଜଣାପଡିଯିବ ମୃତ ଓ ପୀଡିତଙ୍କର ସମସ୍ତ ଡିଟେଲ୍ସ

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶ ଏବେ ପ୍ରୟାସ କରୁଛି। ଏହି ଅଭିଯାନରେ ମଧ୍ୟ ପ୍ରଦେଶର ସ୍ମାର୍ଟ ସିଟି ଉଜୈନ କରୋନା ସଂକ୍ରମଣରେ ମୃତ ଏବଂ ପଜିଟିଭ ରୋଗୀମାନଙ୍କୁ ଗୁଗଲରେ ଜିଓ ଟ୍ୟାଗ(Google Map) କରିଛି। ମ୍ୟାପରେ ମୃତକଙ୍କ ପାଇଁ ଲାଲ, ଯେଉଁମାନଙ୍କର ଚିକିତ୍ସା ଚାଲିଛି, ସେମାନଙ୍କୁ ହଳଦିଆ ଏବଂ ଯେଉଁମାନେ ଠିକ ହୋଇଯାଇଛନ୍ତି, ସେମାନଙ୍କୁ ସବୁଜ ରଙ୍ଗରେ ଚିହ୍ନଟ କରାଯାଇଛି।

6

ଯଦି କୌଣସି ଅଧିକାରୀଙ୍କୁ ଏ ବିଷୟରେ ସୂଚନା ନେଵାର ଅଛି, ତେବେ ଲିଙ୍କକୁ ଯାଇ ମ୍ୟାପରେ ଦିଆଯାଇଥିବା ଚିହ୍ନକୁ ଟଚ କିମ୍ବା କ୍ଲିକ କରିବାକୁ ହେବ। ମ୍ୟାପରେ ଏହାର ପୂରା ବିବରଣୀ ସାମ୍ନାକୁ ଆସିବ। ଏଥିରେ ମୃତକ ଓ କରୋନା ପଜିଟିଭ ରୋଗୀମାନଙ୍କ ଟ୍ରାଭେଲ ଏବଂ କନଟାକ୍ଟ ହିଷ୍ଟ୍ରି ବି ଦେଖାଯିବ। ଏହି ନୂଆ ସୁବିଧାରେ କୌଣସି ବି ବିଭାଗକୁ କରୋନା ପ୍ରଭାବିତ ଲୋକ ଏବଂ ଅଞ୍ଚଳ ବିଷୟରେ ସବୁ ସମୟରେ ସୂଚନା ମିଳିପାରିବ।

ସ୍ମାର୍ଟ ସିଟି କମ୍ପାନୀର ବିଶେଷଜ୍ଞମାନେ କରୋନା ପୀଡିତ ଏବଂ ଅଞ୍ଚଳର ସୂଚନାକୁ ଗୋଟିଏ କ୍ଲିକରେ ସାମ୍ନାକୁ ଆଣିବା ପାଇଁ ଏହି ସୁବିଧା ବାହାର କରିଛନ୍ତି। ମୃତକ ଓ ପୀଡିତ ବ୍ୟକ୍ତିଙ୍କୁ ଜିଓ ଟ୍ୟାଗ କରି ସେମାନଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ଆଟାଚ କରାଯାଇଛି, ଯେପରି କୌଣସି ବି ସମୟରେ ଜରୁରୀ ସୂଚନା ନିଆଯାଇପାରିବ।

67

ମ୍ୟାପରେ କଣ୍ଟେନମେଣ୍ଟ ଏରିଆକୁ ବି ଟ୍ୟାଗ କରାଯାଇଛି। କେଉଁ କଣ୍ଟେନମେଣ୍ଟ ଏରିଆରେ କେଉଁ କେଉଁ ଗଳି ଏବଂ ଘର ଅଛି, ତାହା ମଧ୍ୟ ମ୍ୟାପରେ ଦେଖାଯିବ। ସ୍ମାର୍ଟ ସିଟି ସିଇଓ ପ୍ରଦୀପ ଜୈନ କୁହନ୍ତି, ‘ଏହି ପ୍ରକାରର ପ୍ରୟୋଗ ଦେଶରେ ପ୍ରଥମ ଥର କରାଯାଇଛି। ଏଥିରେ ନାଁରୁ ଆରମ୍ଭ କରି ନମୁନା କେଉଁ ଲ୍ୟାବକୁ ପଠାଯାଇଛି, ସେ ସବୁର ସୂଚନା ମିଳିପାରିବ। ମଧ୍ୟ ପ୍ରଦେଶର ଅନ୍ୟ ଜିଲ୍ଲା ଏବଂ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ସୁବିଧା ଆପଣାଯିବାର ସମ୍ଭାବନା ରହିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.