ଦେଶରେ ମହାମାରୀ ନେଲାଣି ୬୪୦ଜଣଙ୍କ ଜୀବନ, କେବଳ ମହାରାଷ୍ଟ୍ରରେ ୨୫୧ରୁ ଅଧିକ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ୬୦୦ ରୁ ଅଧିକ ଜୀବନ ନେଲାଣି ମହାମାରୀ କରୋନା ଭାଇରସ୍‌। ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୯ହଜାର ୯୮୪ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ହଜାର ୮୬୯ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୧୫ହଜାର ୪୭୪ ଜଣ ଚିକିତ୍ସାଧୀନ ଅଛନ୍ତି। ଦେଶରେ ସୁସ୍ଥ ହାର ରହିଛି ୧୭ ଦଶମିକ ୪୮ ପ୍ରତିଶତ ।

corona-death-3୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆଉ ୬୧ ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ନୂଆ ମାମଲା ଆସି ନାହିଁ। ଅନ୍ୟପଟେ ମହାରାଷ୍ଟ୍ରର ସ୍ଥିତି ଉଦବେଗଜନକ ହେବାରେ ଲାଗିଛି। ୫ ହଜାର ୨୧୮ ଟପିଲାଣି ଆକ୍ରାନ୍ତ ସଂଖ୍ୟା। କେବଳ ମହାରାଷ୍ଟ୍ରରେ ୨୫୧ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହେଲାଣି। ଦିଲ୍ଲୀ ଓ ଗୁଜରାଟରେ ବି ଚିନ୍ତାବଢାଉଛି । ଉଭୟ ରାଜ୍ୟରେ ଦୁଇ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.