ଆମେରିକାରେ ମୃତ୍ୟୁର ବିଭୀଷିକା ରଚୁଛି କରୋନାକା, ଗୋଟିଏ ଦିନରେ ୨୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ

ଆମେରିକା: ସାରା ବିଶ୍ୱକୁ କବଳିତ କରିଛି କରୋନା । ଦିନକୁ ହଜାର ହଜାର ମୁଣ୍ଡ ନେଉଛି ଭାଇରସ୍‌ । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଶ୍ୱରେ ୨୫ଲକ୍ଷ ୫୭ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ଲକ୍ଷ ୭୭ ହଜାର ୬୪୧ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍‌ । ଆରୋଗ୍ୟ ହୋଇଛନ୍ତି ୬ଲକ୍ଷ ୯୦ହଜାର। ସେପେଟ ଆମେରିକାରେ ମୃତ୍ୟୁର ବିଭୀଷିକା ରଚୁଛି କରୋନାକା । ଗୋଟିଏ ଦିନରେ ୨୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୮ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୪୫ ହଜାର ୨୭୯ ଜଣଙ୍କ ଜୀବନ ନେଲାଣି ମହାମାରୀ ଭାଇରସ୍‌ । ଅନେକ ରାଷ୍ଟ୍ରରେ ୨୦ ହଜାର ଟପିଛି କରୋନା ମୃତ୍ୟୁସଂଖ୍ୟା। ସ୍ପେନ୍‌, ଫ୍ରାନ୍‌ସ, ଇଟାଲୀରେ ବି ତାଣ୍ଡବ ରଚୁଛି କରୋନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.