Below header

ଘର ପାଖରୁ ଦୂରକୁ କିଣାକିଣି କରିବାକୁ ଗଲେ ପଡ଼ିବେ ହରଡ଼ ଘଣାରେ, ହୋଲେସେଲ୍‌ ଦୋକାନକୁ ସାଧାରଣ ଲୋକଙ୍କ ବାଟ ବନ୍ଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଯାହା କିଣିବେ ଘର ପାଖ ଦୋକାନରୁ ହିଁ କିଣିବେ । ହୋଲସେଲ ଦୋକାନକୁ ଯିବେ ନାହିଁ । ଘର ପାଖ ଛୋଟ ଓ ଖୁଚୁରା ଦୋକାନରୁ ପରିବା ହେଉ କି ରେସନ୍‌ ସାମଗ୍ରୀ ସବୁ କିଛି ସେହିଠାରୁ କିଣିବେ । ଯାନବାହନ ନେଇ ବାହାରକୁ ଗଲେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସେ ବିଶେଷ କରି ମଧ୍ୟବିତ୍ତ ପରିବାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ ସେମାନେ ସାମାଜିକ ଦୂରତାକୁ ଠିକ୍‌ ଭାବେ ବୁଝୁ ନାହାନ୍ତି । ଯାହା ସେମାନଙ୍କୁ ଅଡୁଆରେ ପକାଇ ପାରେ । ତେଣୁ ହୋଲସେଲ୍‌ ଦୋକାନକୁ ନଯାଇ ନିଜ ଘର ପାଖ ଦୋକାନରୁ ସାମାଜିକ ଦୂରତା ରକ୍ଷା କରି ଜିନିଷ କିଣନ୍ତୁ । ହୋଲେସେଲ୍‌ ଦୋକାନକୁ କେବଳ ଖୁଚୁରା ଦୋକାନୀମାନେ କିଣାକିଣି କରିବାକୁ ଯାଇ ପାରିବେ ବୋଲି ସେ କହିଛନ୍ତି ।
ଗତକାଲି ରାତିରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଶେଷ ହେବା ପରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ସକାଳୁ ବିଭିନ୍ନ ଗ୍ରୋସରୀ ଦୋକାନ ଓ ପରିବା ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ଜିନିଷ କିଣିବା ପାଇଁ କରୋନା ସଂକ୍ରମଣକୁ ବେଖାତିର କରି ପାଖାପାଖି ଠିଆ ହୋଇଥିଲେ । ତେଣୁ ସରକାରଙ୍କୁ ଏଭଳି କଡ଼ା ନିଷ୍ପତ୍ତି ନେବାକୁ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.