କରୋନା ପାଇଁ ତୃଣମୂଳ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାମକୁ ତାରିଫ କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଇ କରୋନା ଆକ୍ରମଣ ଭିତରେ ଯଦି ଆଜି ଓଡ଼ିଶାର ଗ୍ରାମାଞ୍ଚଳରେ ଭାଇରସ୍‌ ନବ୍ୟାପିବାର କାରଣ ଖୋଜାଯାଏ ତେବେ ସେଥିରେ ପାଇଁ ମୁଖ୍ୟତଃ ଦାୟୀ ହେବେ ସ୍ୱୟଂସହାୟକ ଗୋଷ୍ଠୀମାନେ । ସେଥିପାଇଁ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାର ।
ଆଜି ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ରେ ମିଶନ୍‌ ଶକ୍ତିର ମୁଖ୍ୟ ସୁଜାତା କାର୍ତ୍ତିକେୟନ୍‌ ଏକଥା କହିବା ସହ କିଭଳି ଭାବେ ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳା ସଦସ୍ୟମାନେ ତୃଣମୂଳ ସ୍ତରରେ କାମ କରିଛନ୍ତି ସେ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସେମାନେ ଗାଁ ଗାଁରେ ବୁଲି କରୋନାକୁ ନେଇ ଲୋକଙ୍କୁ ସଚେତନ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ଶପଥପାଠ କରି ଶହ ଶହ ଭିଡିଓ ମଧ୍ୟ ପଠାଇଥିଲେ ।

SUJATA-1ପୁଣି ଲୋକେ ଘରୁ ନବାହାରିବା ପାଇଁ ସେମାନେ ନିଜେ ବୋହି ନେଇ ଘରେ ଘରେ ଲୋକଙ୍କୁ ଜିନିଷପତ୍ର ବାଣ୍ଟିଛନ୍ତି । ନିଜେ ରୋଷେଇ କରି ରନ୍ଧା ଖାଦ୍ୟ ଦେଇଛନ୍ତି । ମାସ୍କ ତିଆରି କରି ଏହାର ଅଭାବକୁ ପୂରଣ କରିଛନ୍ତି । ରାଜ୍ୟରେ ସେମାନେ ୧୨ ଲକ୍ଷ ମାସ୍କ ବାଣ୍ଟିଛନ୍ତି । ଖାଲି ସେତିକି ନୁହେଁ ଏସ୍‌ଏଚ୍‌ଜି ମହିଳାମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବି ଅର୍ଥ ଦାନ କରିଛନ୍ତି ବୋଲି ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ।
ତେବେ ପୁଣିଥରେ ଲୋକଙ୍କୁ ସଚେତନ କରି ସେ କହିଥିଲେ କି ଏହି ରୋଗ ଯେତିକି ଭୟାନକ, ତାର ପ୍ରତିକାର ମଧ୍ୟ ସେତିକି ସରଳ । ଏବେ ତ୍ୟାଗ କରିବାର ବେଳ । କେବଳ ଘରେ ରୁହନ୍ତୁ । ଶତପ୍ରତିଶତ ସମସ୍ତେ ଘରେ ରହିବା ଦ୍ୱାରା ଏହି ରୋଗ ଦୂରେଇ ଯିବ । ଇଏ ହେଉଛି ମାନବ ସମାଜ ଓ ଓଡ଼ିଶା ଜାତି ପାଇଁ ଆହ୍ଵାନ ବୋଲଇ ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.