ଢେଙ୍କାନାଳରେ ଏଟିଏମ ଭାଙ୍ଗି ୨୫ ଲକ୍ଷ ଟଙ୍କା ଲୁଟ

କେନ୍ୟୁଜ ବ୍ୟୁରୋ : ଏଟିଏମରୁ ୨୫ ଲକ୍ଷ ଟଙ୍କାଲୁଟ। ଢେଙ୍କାନାଳ ମୋଟଙ୍ଗା ଥାନା ନିମବାହାଳି ଛକ ନିକଟ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଲୁଟ ହୋଇଛି ୨୫ ଲକ୍ଷ ୫୪ ହଜାର ଟଙ୍କା। ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଆଧାରରେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି। ଲୁଟ ଗତ ରାତି ପ୍ରାୟ ୩ଟାରେ ହୋଇଥିବା ଅନୁମାନ କରାଯାଉଛି।

 

 

Leave A Reply

Your email address will not be published.