Below header

ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ହେଲା ପୁରୀ ସ୍ୱର୍ଗଦ୍ୱାର ସମେତ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ସବୁ ରାସ୍ତା

ପୁରୀ: ବିଶୋଧନ ହେଲା ପୁରୀ ସ୍ୱର୍ଗଦ୍ୱାର। ଅଗ୍ନିଶମ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ସ୍ୱର୍ଗଦ୍ୱାରର ଅଞ୍ଚଳକୁ ଆଜି ସକାଳେ ବିଶୋଧନୀକରଣ କରାଯାଇଛି। ଶ୍ରୀମନ୍ଦିର, ବଡଦାଣ୍ଡ ପରେ ସ୍ୱର୍ଗଦ୍ୱାରରେ ବିଶୋଧନୀକରଣ ପ୍ରକ୍ରିୟା ସଂପନ୍ନ ହୋଇଛି। ପୁରୀ ତଥା ରାଜ୍ୟର ଅନ୍ୟ ଅଞ୍ଚଳରୁ ସ୍ୱର୍ଗଦ୍ୱାରରେ ଶବଦାହ କରାଯାଉଥିବାରୁ କରୋନା ସଂକ୍ରମଣ ଆଶଙ୍କାକୁ ଏଡାଇବା ପାଇଁ ଏଭଳି ବିଶୋଧନୀକରଣ କରାଯାଇଛି। ଏଥିସହ ସ୍ୱର୍ଗଦ୍ୱାର ସମେତ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ବିଶୋଧନୀକରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.