ଝାରସୁଗୁଡ଼ାରେ ହେବ କୋଭିଡ୍‌ ହସ୍ପିଟାଲ : ଜିଲ୍ଲା ପ୍ରଶାସନ ଓ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ଏମ୍‌ଓୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରରେ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ସଂପର୍କରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ। ଏହି କୋଭିଡ୍‌ ହସ୍ପିଟାଲ ପାଇଁ ୧୦ଟି ବେଡ୍‌, ୨୫ଟି କ୍ୱାରେଣ୍ଟାଇନ୍‌ , ଏପରି ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ନିର୍ମାଣ କରାଯିବ। ଧାର୍ଯ୍ୟ ସମୟରେ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରହିିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.