Below header

କଟକ କାଳିଆବୁଦା ଶ୍ମଶାନରେ ମୃତକଙ୍କ ସଂସ୍କାରକୁ ବିରୋଧ, ପୋଲିସ୍‌-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

କଟକ : କୋଭିଡ ରୋଗରେ ମରିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରକୁ ନେଇ କଟକ ରେ ଉତ୍ତେଜନା । କାଳିଆବୁଦା ଶ୍ମଶାନରେ ଜଣେ ମୃତକଙ୍କ ଶେଷକୃତ୍ୟ ଚାଲିଥିବା ବେଳେ ସ୍ଥାନୀୟ ବାସିନ୍ଦା ଆସି ଏହାର ବିରୋଧ କରିଥିଲେ । ସେମାନେ କାହିଁକି କୋଭିଡ୍ ଗାଇଡ୍ ଲାଇନ୍ ମାନୁ ନାହାନ୍ତି ବୋଲି ପୋଲିସ୍‌କୁ ପ୍ରଶ୍ନ କରିଥିଲେ ଲୋକେ ।

CUTTACK-2

ଏଏହାକୁ ନେଇ ଉଭୟ ପୋଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପାଖରେ ଜନ ବସତି ରହିଛି । କରୋନା ସଂକ୍ରମଣ ଭୟ ଥିବାରୁ କୋଭିଡ ମୃତକଙ୍କ ପାଇଁ ଅଲଗା ଶ୍ମଶାନ କରାଯାଉ ବୋଲି ଲୋକେ ଦାବି କରିଛନ୍ତି ।
ତେବେ ପୋଲିସ୍‌ର କହିବା କଥା, ମୃତକ ଜଣକ କୋଭିଡ୍ ରୋଗୀ ନୁହେଁ । ଅନ୍ୟ ରୋଗରେ ତାଙ୍କର ମୃତ୍ୟୁ ହୋଇଛି । ତେଣୁ ଏହାକୁ ବିରୋଧ କରିବାର କୌଣସି କାରଣ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.