ଦୃତ ଗତିରେ ବ୍ୟକ୍ତିଙ୍କ ପଛରେ ମାଡି ଆସିଲା ଗାଡି, ତାପରେ ଡ୍ରାଇଭର ମାରିଲେ ବ୍ରେକ କିନ୍ତୁ ତାପରେ ହେଲା ଏମିତି ଦେଖନ୍ତୁ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ ଯାହାଙ୍କ ଉପରେ ସ୍ୱୟଂ ଭଗବାନଙ୍କର ସାଥ୍‌ ଅଛି ତାର କିଏ କଣ କ୍ଷତି କରିପାରେ। ଟିକେ ଭଲ କରି ଦେଖନ୍ତୁ ଏ ବ୍ୟକ୍ତିଙ୍କୁ, ନିଶ୍ଚିତ ମୃତ୍ୟୁରୁ ପାଇଯାଉଛନ୍ତି ରକ୍ଷା। ୟାକୁ ଆପଣ ସୌଭାଗ୍ୟ କହିବେନି ତ ଆଉ କଣ କହିବେ।

ଏ ହେଉଛି କେରଳର କୋଲ୍ଲମ ଜିଲ୍ଲାର ଘଟଣା। ଯାହାକୁ ଯିଏ କେହି ବି ଦେଖୁଛନ୍ତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। ଜଣେ ବ୍ୟକ୍ତି ରାସ୍ତାରେ ଆରାମରେ ଯାଉଛନ୍ତି କିନ୍ତୁ ସେ ଜାଣିନାହାନ୍ତି ଯେ ମୃତ୍ୟୁର କରାଳ ରୂପ ତାଙ୍କ ପଛେ ପଛେ ଆସୁଥିଲା ବୋଲି। ବୋଧ ହୁଏ ବ୍ୟକ୍ତି ଜଣଙ୍କ ଦୁନିଆର ସବୁଠାରୁ ଭାଗ୍ୟଶାଳୀ, ସେଥିପାଇଁ ବହୁତ ବଡ ଦୁର୍ଘଟଣାରୁ ସେ ରକ୍ଷା ପାଇଗଲେ। ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ରାସ୍ତାରେ ବାମ ପାର୍ଶ୍ୱରେ ଚାଲି ଚାଲି ଯାଉଛନ୍ତି।

accidenttଆଉ ଠିକ୍‌ ଏତିକିବେଳେ ଏକ ଦୃତ ଗତିରେ ଆସୁଥିବା ଗାଡି ରାସ୍ତା ମଝିରେ ନ ଯାଇ ଏମିତି ଭାବରେ ଲୋକଟିର ବାମ ପଟେ କାଟିକି ନେଉଛି ଯେ ଯାହାକୁ ଦେଖିଲେ ଆପଣଙ୍କ ଛାତିର ରକ୍ତ ଶୁଖିଯିବ। ଗାଡିର ଡ୍ରାଇଭରଙ୍କ ଗୋଟିଏ ଭୁଲ ପାଇଁ ଜଣେ ନିରୀହ ପଥିକଙ୍କ ସହିତ ଘଟିଯାଇଥାନ୍ତା ବଡ ଅଘଟଣ। କିନ୍ତୁ ଏଠି ଗୋଟେ ପଟେ ଡ୍ରାଇଭରଙ୍କ ଭୁଲ ଥିବାବେଳେ ତାଙ୍କ ଉପଯୁକ୍ତ ବୁଦ୍ଧିକୁ ମାନିବାକୁ ପଡିବ। ସେ ଯଦି ଠିକ ସମୟରେ ଗାଡିକୁ ନିୟନ୍ତ୍ରଣ କରିନଥାନ୍ତେ ତାହେଲେ ବହୁତ ବଡ ଦୁର୍ଘଟଣା ଘଟିବାରୁ କେହି ବି ରକ୍ଷା କରିପାରିନଥାନ୍ତେ।

ଏହି ଭିଡିଓକୁ ଦେଖୁବା ପରେ ଅନେକ ଲୋକ ଡ୍ରାଇଭରଙ୍କ ବିଷୟରେ ଆଲୋଚନା କରୁଥିବେଳେ ଆଉ କେତେ ଜଣ ବ୍ୟକ୍ତିଙ୍କୁ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ବୋଲି କହୁଛନ୍ତି। ଏହି ଭିଡିଓକୁ ଆଇଏଏସ୍‌ ଅଫିସର ଅବନିସ୍‌ ସରନ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.