ଜଜ୍‌ ଅବମାନନା ମାମଲା : ଦୋଷୀ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌କୋର୍ଟରେ କ୍ଷମା ମାଗିବାକୁ ମନା କଲେ, କହିଲେ ଏମିତି କଲେ ଅନ୍ତରାତ୍ମାର ହେବ ଅବମାନନା

ନୂଆଦିଲ୍ଲୀ : ଅଦାଲତ ଓ ଜଜ୍‌ଙ୍କ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌କୋର୍ଟରେ କ୍ଷମା ମାଗିବାକୁ ମନା କଲେ । କ୍ଷମା ମାଗିବାକୁ ତାଙ୍କୁ ୩ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଯାହାକି ଆଜି ସୋମବାର ଶେଷ ହେବାକୁ ଯାଉଛି ।

ତେବେ ଭୂଷଣ ତାଙ୍କ ବକ୍ତବ୍ୟରେ କହିଛନ୍ତି ‘ମୁଁ ଯାହା କହିଛି ଠିକ୍‌ କହିଛି । ଏବେ ସର୍ତ୍ତ ସହିତ ହେଉ ବା ନିସର୍ତ୍ତ ହେଉ କ୍ଷମା ମାଗିବା ଠିକ୍‌ ହେବନି । ଯଦି ବିନା କାରଣରେ କ୍ଷମା ମାଗିବି ତେବେ ମୋର ଅନ୍ତରାତ୍ମା ପ୍ରତି ଅବମାନନା ହେବ ।’

ପ୍ରଶାନ୍ତ ଭୂଷଣ ତାଙ୍କ ଦଣ୍ଡ ଉପରେ ଆଲୋଚନା କରିବାକୁ ଗତ ସପ୍ତାହରେ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ଦାଖଲ କରିଥିଲେ । ତାଙ୍କ ଦଣ୍ଡ ଉପରେ ଅନ୍ୟ ବେଞ୍ଚରେ ଶୁଣାଣି କରିବାକୁ ଭୂଷଣ ଅପିଲ୍‌ କରିଥିଲେ । ତେବେ ତାଙ୍କ ପିଟିସନ୍‌ ଖାରଜ୍‌ କରିଦିଆ ଯାଇଥିଲା । ଅଗଷ୍ଟ ୨୫ରେ ସୁପ୍ରିମ୍‌କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ଶୁଣାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.