Below header

କରୋନା ଭ୍ୟାକ୍‌ସିନ୍‌ରେ ଚିପ୍‌ ଲାଗିଥିବା ନେଇ ମୌଲାନାଙ୍କ ଦାବି, ଦୃଢ଼ ବିରୋଧ କଲେ ମୁସ୍‌ଲିମ୍‌ ଧର୍ମଗୁରୁ

ସାରା ବିଶ୍ୱବାସୀ କରୋନା ଟୀକାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସହ ଲଢ଼ିବା ପାଇଁ ଭ୍ୟାକ୍‌ସିନ୍‌ ଆସିବା ନିହାତି ଆବଶ୍ୟକ। କିଛି ଦେଶ ଟୀକା ତିଆରି କରିଥିବା ନେଇ ଦାବି କରୁଥିବା ବେଳେ ଆଉ କିଛି ଏବେ ବି ଚେଷ୍ଟା ଜାରି ରଖିଛନ୍ତି। ତେବେ ଭାରତରେ ଖୁବ୍‌ ଶୀଘ୍ର କରୋନା ଟୀକା ଆବିଷ୍କାର ହେବ ବୋଲି କୁହାଯାଉଛି।

moulana

ଅନ୍ୟପଟେ ଟୀକା ଆସିବା ପୂର୍ବରୁ ହିଁ ଏହାକୁ ନେଇ ଗୁଜବ ଆରମ୍ଭ ହୋଇଗଲାଣି। ପ୍ରକୃତ କଥାଟି ହେଉଛି ଜଣେ ମୌଲାନା କରୋନା ଭ୍ୟାକ୍‌ସିନ୍‌ରେ ଚିପ୍‌ ଲାଗିଥିବା ନେଇ ଦାବି କରିଛନ୍ତି। ମୌଲାନାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ତେବେ ମୌଲାନାଙ୍କର ଏହି ଦାବିକୁ ଭିତ୍ତିହୀନ ଦର୍ଶାଇଛନ୍ତି ମୁସ୍‌ଲିମ୍‌ ଧର୍ମଗୁରୁ। ଧର୍ମଗୁରୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ମୁସ୍‌ଲିମ୍‌ ଧର୍ମଗୁରୁ ଓ ଜମିୟତ ଦାବତୁଲ ମୁସ୍‌ଲିମ୍‌ର ସଂରକ୍ଷକକାରୀ ଇସହାକ ଗୋରା ଏହାକୁ ନିନ୍ଦା କରିଛନ୍ତି। ସେ ଏଭଳି ଭିଡିଓ ସେୟାର କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.