Below header

ଚିନ୍ତା ବଢାଇଲେ କୋଲକାତା ଫେରନ୍ତା: ଭଦ୍ରକରୁ ଆଉ ୩ କରୋନା ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ୍, ସମସ୍ତ ଆକ୍ରାନ୍ତ ବାସୁଦେବପୁର ବ୍ଲକର

ଭଦ୍ରକ: ଚିନ୍ତା ବଢାଇଲେ କୋଲକାତା ଫେରନ୍ତା । ଆଜି ଭଦ୍ରକରୁ ଚିହ୍ନଟ ହୋଇଥିବା ତିନି ପଜିଟିଭ୍‌ଙ୍କ ରହିଛି କୋଲକାତା ଲିଙ୍କ । ଏମାନେ ପୂର୍ବ ପଜିଟିଭ୍‌ଙ୍କ ସହ କୋଲକାତାରୁ ଭଦ୍ରକ ଆସିଥିଲେ । ତିନି ଜଣ ଯାକ ପୁରୁଷ । ଏମାନଙ୍କ ବୟସ, ୪୦, ୫୫ ଓ ୩୫ ବୋଲି ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଭଦ୍ରକରେ ୮ ଜଣ କୋଲକାତା ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

positive caseଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ବାସୁଦେବପୁର ବ୍ଲକର । ଫଳରେ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଭଦ୍ରକରେ କୋରାନ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଛି । ଏଥିରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୯ ଜଣ ଚିକିତ୍ସାଧୀନ ଅଛନ୍ତି । ଭଦ୍ରକରେ ଦିନକୁ ଦିନ ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢି ଯାଇଛି । ବାସୁଦେବପୁରରୁ ଆଉ ତିନି ପଜିଟିଭ୍‌ ଚିହ୍ନଟ ହେବା ପରେ ବ୍ଲକର ୪ଟି ଜୋନ୍‌କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୪ଟି ଜୋନ୍‌ର ୯ଟି ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି ।

bhadrak newsପଦ୍ମପୁର, ଲୁଙ୍ଗା, ସୁଗୋ, ଏରତାଲ, ଖରିଦା ବିନାୟକପୁର, ଗୁଆଗଡ଼ିଆ, ଲକ୍ଷ୍ମୀଦାସପୁର, ବାଲିମେଡ, ଓ ଅଧୁଆଁ ଗ୍ରାମ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରକୁ ଆସିପାରିବେ ନାହିଁ କି କେହି ଭିତରକୁ ଯିବେ ନାହିଁ । ଏହି ସବୁ ପଞ୍ଚାୟତର ଲୋକେ ଘରେ ରହିବେ । ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶୀକ ସାମଗ୍ରୀ ଏବଂ ଔଷଧ ଆବଶ୍ୟକ ଥିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.