ଜିଓ, ଏୟାରଟେଲ ଏବଂ ଭୋଡାଫୋନର ସବୁଠାରୁ ଶସ୍ତା ପ୍ଲାନ, ମୂଲ୍ୟ ମାତ୍ର ୧୯ ଟଙ୍କା

ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଭଳି ଟେଳିକମ କମ୍ପାନୀ ନିଜର ଗ୍ରାହକଙ୍କ ପାଇଁ ଅଲଗା ଅଲଗା ଭ୍ୟାଲିଡିଟିଯୁକ୍ତ ପ୍ରିପେଡ ପ୍ଲାନ ଅଫର କରୁଛି । କିଛି ୟୁଜର ଏପରି ରହିଛନ୍ତି, ଯିଏ ବର୍ଷକିଆ ପ୍ଲାନ ରିଚାର୍ଜ କରନ୍ତି । ସେହିପରି ଅନେକ ୟୁଜର ରହିଛନ୍ତି, ଯିଏକି ଛେଶଟ ଏବଂ ଶସ୍ତା ପ୍ଲାନ ରିଚାର୍ଜ କରିବାକୁ ପସନ୍ଦ କରନ୍ତି । ଏପରି ଶସ୍ତା ପ୍ଲାନ ଆଣିଛି ଜିଓ, ଏୟାରଟେଲ, ଭୋଡାଫୋନ ସବୁଠାରୁ ଶସ୍ତା ପ୍ଲାନ ଲଞ୍ଚ କରିଛି । ଯେଉଁଥିରେ କଲିଂ ସହିତ ଡାଟା ପ୍ଲାନର ସୁବିଧା ମିଳୁଛି ।

ଭୋଡାଫୋନର ସବୁଠାରୁ ଶସ୍ତା ପ୍ଲାନର ଦାମ ଦାମ ୧୯ ଟଙ୍କା ରହିଛି । ଏଥିରେ ସମସ୍ତ ନେଟୱାର୍କକୁ ଅନଲିମିଡେଟ୍‍ କଲିଂର ସୁବିଧାମିଳିବା ସହିତ ୨୦୦ ଏମବି ଡାଟା ମିଳୁଛି । ଏହାସହିତ, ୟୁଜର୍ସ ଭୋଡାଫେଶନ ପ୍ଲେ ଏବଂ ଜି ୫ ଆପର ମଜା ମଧ୍ୟ ନେଇପାରିବେ । ଏହି ପ୍ଲାନର ଭାଲିଡିଟି ୨ ଦିନ ରହିଛି ।

jio 1

ସେହିପରି ଏୟାରଟେଲର ୧୯ଟଙ୍କିଆ ଶସ୍ତା ପ୍ଲାନରେ ୟୁଜରଙ୍କୁ ଅନଲିମିଡେଟ କଲିଂ ସହିତ ୨୦୦ ଏମବି ଡାଟାର ସୁବିଧା ମଧ୍ୟ ମିଳିବ । ଠିକ ଭୋଡାଫୋନ ଭଳି ଏହି ପ୍ଲାନର ଅବଧି ମଧ୍ୟ ୨ ଦିନ ରହିଛି ।

ରିଲାଏନ୍ସ ଜିଓର ସବୁଠାରୁ ଛୋଟ ପ୍ଲାନର ଦାମ ୧୨୯ ଟଙ୍କା ରହିଥିବା ବେଳେ ଏହାର ଅବଧି ୨୮ ଦିନ ଏବଂ ପ୨ ଜିବି ଡାଟା ରହିଛି । ଜିଓରୁ ଜିଓ ଅନଲିମିଡେଟ କଲିଂ ସହିତ ଅନ୍ୟ ନେଟୱାର୍କକୁ କଲିଂ ପାଇଁ ୧୦୦୦ ମିନିଟ୍‍ ମଧ୍ୟ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.