ସେହି ସହର ଯେଉଁଠୁ ଆରମ୍ଭ ହୋଇଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ, ଜାଣନ୍ତୁ ବର୍ତ୍ତମାନ କିପରି ଅଛି ଏହାର ଅବସ୍ଥା

ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଇତିହାସର ସବୁଠାରୁ ବଡ ଯୁଦ୍ଧ ଭାବରେ ବିବେଚନା କରାଯାଏ । କାରଣ ଏଥିରେ ମିତ୍ର ଓ ସହଯୋଗୀ ରାଷ୍ଟ୍ର ଗୁଡିକରୁ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ସୈନ୍ୟ ସାମିଲ ହୋଇଥିଲେ । ଏହାର ବିନାଶଲୀଳା ବିଷୟରେ ତ ଆପଣ ଭଲ ଭାବରେ ଜାଣିଥିବେ । ତେବେ ଏହି ଯୁଦ୍ଧରେ ସାତ କୋଟିରୁ ଅଧିକ ଲୋକ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ନାଗରିକ ରହିଥିଲେ ଯେଉଁଥିପାଇଁ ଏହାକୁ ମାନବ ଇତିହାସରେ ସବୁଠାରୁ ଭୟଙ୍କର ରକ୍ତ ସଂଘର୍ଷ ବୋଲି କୁହାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କି ସମଗ୍ର ବିଶ୍ୱରେ ଭୟଙ୍କର ବିନାଶ ଘଟାଇଥିବା ଏହି ଯୁଦ୍ଧ କେଉଁଠାରୁ ଆରମ୍ଭ ହେଲା ?

ସୂଚନା ଅନୁଯାୟୀ ୧୯୩୯ ମସିହା ସେପ୍ଟେମ୍ବର ୨ ତାରିଖରୁ ୧୯୪୫ ପର୍ଯ୍ୟନ୍ତ ହୋଇଥିବା ଏହି ଯୁଦ୍ଧ ପୋଲାଣ୍ଡର ୱିଲନ ସହରରେ ଆରମ୍ଭ ହୋଇଥିଲା । ଯେଉଁଠାରେ ଜର୍ମାନୀ ପ୍ରଥମେ ବୋମା ଫିଙ୍ଗିଥିଲା ​​ଏବଂ ଏଥିରେ ଜର୍ମାନର ଏକଛତ୍ରବାଦୀ ଶାସକ ହିଟଲରଙ୍କ ହାତ ଥିଲା ବୋଲି କୁହାଯାଏ । ଏକ ଆକଳନ ଅନୁଯାୟୀ, ସମଗ୍ର ଯୁଦ୍ଧରେ ପୋଲାଣ୍ଡର ପ୍ରାୟ ୬୦ ନିୟୁତ ଲୋକ ପ୍ରାଣ ହରାଇଥିଲେ । ପୋଲାଣ୍ଡରୁ ସମୟ ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ମିଳିଥାଏ ଯାହାକୁ ପରେ ନିଷ୍କ୍ରିୟ କରିଦିଆଯାଏ । ଯଦିଓ ଏହା ବେଳେବେଳେ କ୍ଷତି ମଧ୍ୟ ପହଂଚାଇଥାଏ । ସୂଚନା ଅନୁଯାୟୀ ଗତ ବର୍ଷ ଅକ୍ଟୋବର ମାସରେ ପୋଲାଣ୍ଡର କୁଜ୍ନିଆ ରାକିବୋରସ୍କା ନାମକ ଏକ ସହର ନିକଟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ବିସ୍ଫୋରଣ ହୋଇ ଦୁଇ ସୈନିକଙ୍କ ମୃତ୍ୟୁ ଘଟିଥିଲା ।

Wielan City, Poland

ପୋଲାଣ୍ଡର ଭେଲେନ ସହରର ଏକ ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି । ଅତୀତରେ ଏହା ପୁରୁଣା ଜର୍ମାନ ସୀମା ନିକଟରେ ଥିବାରୁ ପୋଲାଣ୍ଡ ସାମ୍ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସହରୀ ବାଣିଜ୍ୟ କେନ୍ଦ୍ର ଥିଲା । ଏହି ସହରକୁ ବହୁ ପୋଲାଣ୍ଡ ରାଜା ପରିଦର୍ଶନ କରିଥିଲେ କିନ୍ତୁ ଭୟଙ୍କର ସ୍ଵିଡେସ ଆକ୍ରମଣ (୧୬୫୫-୧୬୬୦) ପରେ ସହରର ଅବସ୍ଥା ଖରାପ ହୋଇଗଲା ଏବଂ ଏହା ତାର ପୁରୁଣା ସ୍ଥିତିକୁ ପୁଣିଥରେ ଫେରି ପାଇପାରିଲା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.