Below header

ମହିଳା ମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯାଏ କାହିଁକି, ଜାଣନ୍ତୁ ଏହା ଶରୀର ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ?

ସାଧାରଣତଃ ମହିଳାମାନଙ୍କ ମାସିକ ଋତୁସ୍ରାବରେ ନିୟମିତତା ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ସୂଚାଇଥାଏ । ଯଦି ସେଗୁଡିକ ବିଳମ୍ବ କିମ୍ବା ଅନିୟମିତ ହୁଏ ତେବେ ସ୍ୱାସ୍ଥ୍ୟରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରିକି ଅଧିକ ଓଜନ ବୃଦ୍ଧି ମଧ୍ୟ ମାସିକ ରୁତୁସ୍ରାବ ବିଳମ୍ବ ହେବାର ଏକ କାରଣ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଋତୁସ୍ରାବରେ ବିଳମ୍ବ ହେବାର ଅନ୍ୟ କାରଣଗୁଡିକ କ’ଣ ।

  • କମ୍ କିମ୍ବା ଅଧିକ ବୟସରେ ଋତୁସ୍ରାବ ଆରମ୍ଭ ହେବା ଅନେକ ସମୟରେ ଏଥିରେ ଅନିୟମିତତା ସୃଷ୍ଟି କରେ । ଯାହାକି ଏକ ସ୍ୱାଭାବିକ କଥା କିନ୍ତୁ ସମୟ ସହିତ ଏହା ଠିକ ହୋଇଯାଏ । ତେଣୁ ଚିନ୍ତା କରିବାର କିଛି ନାହିଁ ।
  • ଅତ୍ୟଧିକ ଓଜନ ବୃଦ୍ଧି କିମ୍ବା ମେଦବହୁଳତା ମଧ୍ୟ ଋତୁସ୍ରାବ ଅନିୟମିତତାର ଏକ ପ୍ରମୁଖ କାରଣ । ବେଳେବେଳେ ଥାଇରଏଡ୍ ପାଇଁ ଏହି ସମସ୍ୟା ହୋଇଥାଏ ତେଣୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

Why is my period late? 8 possible reasons

  • ଆମର ଦିନଚର୍ଯ୍ୟାରେ ପରିବର୍ତ୍ତନ ଏବଂ ଅନେକ ସମୟରେ ଖାଦ୍ୟପେୟରେ ଅନିୟମିତତା ମଧ୍ୟ ଋତୁସ୍ରାବ ବିଳମ୍ବର ହେବାର କାରଣ ହୋଇଥାଏ । ଏପରିସ୍ଥଳେ ଜୀବନଶୈଳୀ ଓ ଖାଦ୍ୟପେୟକୁ ଠିକ ରଖିଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
  • ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ଋତୁସ୍ରାବରେ ବିଳମ୍ବ ହେବାର ଏକ ଗୁରୁତର କାରଣ ହୋଇପାରେ । ତେଣୁ ଯଦି ଏହି ସମସ୍ୟା ରହିଥାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
  • ମାନସିକ ଦୁଶ୍ଚିନ୍ତା ଏବଂ ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ ମଧ୍ୟ ଋତୁସ୍ରାବକୁ ପ୍ରଭାବିତ କରିଥାଏ । ଓଭାରି ବା ଅଣ୍ଡାଶୟ ଉପରେ ଆବରଣ ହେବା କାରଣରୁ ମଧ୍ୟ ଅଧିକାଂଶ ଏପରି ସମସ୍ୟା ଦେଖାଦେଇଥାଏ, । ଯଦି ଆପଣଙ୍କର ଏହିସବୁ ସମସ୍ୟା ରହିଥାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.