ଯାଜପୁରର ୮୩ ନମ୍ବର ଆକ୍ରାନ୍ତଙ୍କ ବୟସ ୩୮, ଘର ଅକରପଡ଼ାରେ

ଭୁବନେଶ୍ୱର/ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ରାଜ୍ୟର ୮୩ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଯାଜପୁରର । ତାଙ୍କର ଯାତ୍ରା ବିବରଣୀ ସାମନାକୁ ଆସିଛି । ଏହି କୋଲକାତା ଫେରନ୍ତା ବ୍ୟକ୍ତିଙ୍କ ଘର ହେଉଛି ଯାଜପୁର ଦଶରଥପୁର ବ୍ଲକ୍‌ର ଅକରପଡ଼ାରେ । ସେ ହାଓଡ଼ାର ଗଙ୍ଗା ଘାଟରୁ ଏକ ଗାଡ଼ିରେ ଅନ୍ୟ ୧୧ ଜଣଙ୍କ ସହ ଆସିଥିଲେ । ସେମାନଙ୍କ ମଧ୍ୟରୁ ଭଦ୍ରକରେ ୩ ଜଣ ଓହ୍ଲାଇଥିବା ବେଳେ ଅନ୍ୟ ୮ ଜଣଙ୍କ ସହ ସେ ଯାଜପୁର କିଆନାଳିକୂଳରେ ସକାଳ ୯ଟା ବେଳେ ଓହ୍ଲାଇଥିଲେ । ପୋଲିସ୍‌ ତାଙ୍କୁ ଅଟକାଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ କହିଥିଲା । ସେ କିଆନାଳିକୂଳରୁ ଚାଲି ଚାଲି ନିଜ ଘରକୁ ଯିବା ପରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଏକ ଅଲଗା ଘରେ ଏକାକୀ ରହିଥିଲେ ।

ତେବେ ପରବର୍ତ୍ତୀ ସମୟରେ ସେ ନିଜ ବାଇକରେ ଗାଁ ସାରା ବୁଲିବା ସହିତ ୧୫ରୁ ୨୧ ତାରିଖ ଭିତରେ ଘର ତିଆରି କାମରେ ସଂପୃକ୍ତ ଥିଲେ । ପୁଣି ସ୍ଥାନୀୟ ଇଣ୍ଡିଆନ ବ୍ୟାଙ୍କ ଶାଖାକୁ ମଧ୍ୟ ଯାଇଥିଲେ । ୨୨ ତାରିଖ ଦିନ ତାଙ୍କର ନମୂନା ପଜେଟିଭ୍‌ ଆସିବା ପରେ ତାଙ୍କୁ ଏବେ ଯାଜପୁର ସ୍ଥିତ ଟାଟା କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.