Below header

ବିଶ୍ୱରେ ଏଯାଏ ୨୭ଲକ୍ଷ ୧୫ ହଜାର ଆକ୍ରାନ୍ତ ଚିହ୍ନଟ, ୧ଲକ୍ଷ ୯୦ହଜାର ୪୨୨ଜଣଙ୍କର ଜୀବନ ନେଲାଣି କରୋନା ଭାଇରସ୍‌

ନୂଆଦିଲ୍ଲୀ:ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ୨୧୦ଟି ଦେଶରେ ଏଯାଏ ୨୭ଲକ୍ଷ ୧୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ଲକ୍ଷ ୪୫ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୦ହଜାର ୪୨୨ଜଣ। ଆମେରିକାରେ ୮ଲକ୍ଷ ୭୯ ହଜାର ଆକ୍ରାନ୍ତ ଥିବା ବେଳେ ୪୯ ହଜାର ୭୬୯ଜଣଙ୍କର ଜୀବନ ଗଲାଣି।

ventilatorସ୍ପେନ୍‌ରେ ୨ଲକ୍ଷ ୧୩ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୨ହଜାର ୧୫୭ଜଣଙ୍କର ମୃତ୍ୟୁ ହେଲାଣି । ଇଟାଲିରେ ୧ଲକ୍ଷ ୮୯ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୫ ହଜାର ୫୪୯ଜଣଙ୍କର ଜୀବନ ଗଲାଣି । ଫ୍ରାନ୍ସରେ ୧ଲକ୍ଷ ୫୮ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୧ହଜାର ୮୫୬ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଚୀନ୍‌ରେ ୮୨ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୪୬୩୨ ଜଣଙ୍କର ଜୀବନ ଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.