Below header

ଜାଣନ୍ତୁ ଦୀପ ଜାଳିବାର ସଠିକ ସମୟ, ନଚେତ ଘରେ ଆସିବ ସମସ୍ୟା

ପୂଜା ସମୟରେ ଦୀପ ଜାଳିବାର ଏକ ପରମ୍ପରା ଅଛି, କିନ୍ତୁ ଏଥିରେ କିଛି ନିୟମ ଏବଂ ବିଧିବିଧାନ ମଧ୍ୟ ଅଛି । ଏହାକୁ ଅବହେଳା କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଆସିପାରେ । ତେବେ ଆସନ୍ତୁ ଜାଣିବା ଦୀପ ସମ୍ବନ୍ଧୀୟ କିଛି ଜରୁରୀ ନିୟମ ।

ହିନ୍ଦୁ ଧର୍ମରେ ଦୀପ ଜାଳିବାର ମହତ୍ତ୍ୱ ଅଧିକ ରହିଛି । ଧାର୍ମିକ କାର୍ଯ୍ୟରେ ଦୀପ ଜାଳିବା ବିନା ପୂଜା ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେଉଁ ଘରେ ପ୍ରତିଦିନ ପୂଜା କରାଯାଏ ଏବଂ ଭଗବାନଙ୍କ ସାମ୍ନାରେ ଦୀପ ଜଳା ଯାଇଥାଏ ସେହି ଘରେ କେବେ ଦାରିଦ୍ର୍ୟ ଦେଖାଯାଏ ନାହିଁ । ଶ୍ରଦ୍ଧାଳୁମାନେ ଶ୍ରଦ୍ଧା ଓ ଭକ୍ତି ନେଇ ଭଗବାନଙ୍କ ଆରାଧନା କରନ୍ତି । ପୂଜା ସମୟରେ ଦୀପ ଜାଳିବାର ଏକ ପରମ୍ପରା ଅଛି, କିନ୍ତୁ ଏଥିରେ କିଛି ନିୟମ ଏବଂ ବିଧିବିଧାନ ମଧ୍ୟ ଅଛି । ଏହାକୁ ଅବହେଳା କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ଆସିପାରେ । ତେବେ ଆସନ୍ତୁ ଜାଣିବା ଦୀପ ସମ୍ବନ୍ଧୀୟ କିଛି ଜରୁରୀ ନିୟମ ।

ଏହି ନିୟମକୁ ପାଳନ କରନ୍ତୁ :
ଦୀପ ଜାଳିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ଦୀପ ଯେପରି ଭାଙ୍ଗି ନଯାଏ । ଅର୍ଥାତ୍ ଏହା କୌଣସି ସ୍ଥାନରୁ ଭାଙ୍ଗିବା ଉଚିତ୍ ନୁହେଁ । ଏହିପରି ଦୀପ ବ୍ୟବହାର କରିବା ଦ୍ୱାରା ନକରାତ୍ମକତା ଆସିଥାଏ ଏବଂ ଆପଣଙ୍କ ପୂଜା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଭଙ୍ଗା ଦୀପ ବ୍ୟବହାର କଲେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

ଦୀପରେ ରଖାଯାଉଥିବା ସଳିତାକୁ ମଧ୍ୟ ସଠିକ୍ ଉପାୟରେ ରଖିବା ଉଚିତ । ବିଶ୍ୱାସ କରାଯାଏ ଯେ ଘିଅ ଦୀପ ଜାଳିବା ସମୟରେ ପୂର୍ଣ୍ଣ ସଳିତା ବ୍ୟବହାର କରିବା ଶୁଭ ହୋଇଥାଏ । ଅନ୍ୟପଟେ ତେଲ ଦୀପ ଜାଳିବାବେଳେ ଅଧିକ ଲମ୍ବର ସଳିତା ବ୍ୟବହାର କରନ୍ତୁ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ଦୀପର ଦିଗ ଭଗବାନଙ୍କ ସାମ୍ନାରେ ରହିବା ଉଚିତ୍ ।
ଘିଅ ଦୀପ ଜାଳିବାବେଳେ ଏହାକୁ ସର୍ବଦା ବାମ ହାତରେ ରଖନ୍ତୁ କିନ୍ତୁ ଯେତେବେଳେ ତେଲ ଦୀପ ଜାଳିବେ ସେତେବେଳେ ଏହାକୁ ସର୍ବଦା ଆପଣଙ୍କ ଡାହାଣ ହାତରେ ରଖନ୍ତୁ । ଦୀପକୁ ସଠିକ୍ ଦିଗରେ ରଖିବା ଦ୍ୱାରା ଅଧିକ ଶୁଭ ଫଳ ମିଳିଥାଏ ।

ଦୀପ ଜାଳିବା ପାଇଁ ମଧ୍ୟ ଶୁଭ ସମୟ ରହିଛି । ବିଶ୍ୱାସ କରାଯାଏ ଯେ ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ଦୀପ ଜାଳିବା ଶୁଭ ହୋଇଥାଏ । ଅନ୍ୟପଟେ ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୀପ ଜାଳିବା ପାଇଁ ଶୁଭ ବୋଲି କୁହାଯାଏ ।

ବାସ୍ତୁ ଅନୁଯାୟୀ, ପୂଜାରେ ଜଳା ଯାଉଥିବା ଦୀପ ଠିକ ଦିଗରେ ରଖିବା ଜରୁରୀ ହୋଇଥାଏ । ନଚେତ୍‌ ଆପଣଙ୍କ ଘରେ ସମସ୍ୟା ଆସିପାରେ ।

ବିଶ୍ୱାସ କରାଯାଏ ଯେ ଦୀପର ସଳିତା ଭୁଲରେ ମଧ୍ୟ ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ରଖିବା ଉଚିତ୍ ନୁହେଁ । ଏଭଳି ଦିଗରେ ଦୀପ ରଖିବା ଦ୍ୱାରା ଶୁଭ ଫଳ ପରିବର୍ତ୍ତେ ଅଶୁଭ ଫଳ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.