ଏହି ଭୁଲ କଲେ କ୍ରୋଧିତ ହେବେ ମା’ ଲକ୍ଷ୍ମୀ, ଜାଣନ୍ତୁ କିପରି କରିବେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ

କିଛି ଲୋକ ଏପରି ଥାନ୍ତି ଯେଉଁମାନେ ଯେତେ ପରିଶ୍ରମ ଏବଂ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ନିକଟରେ ଟଙ୍କାର ଅଭାବ ଲାଗି ରହିଥାଏ । ଯଦି ଆପଣଙ୍କ ସହ ବି ଏପରି ହେଉଛି ଏବଂ ଆପଣ ବହୁତ ପରିଶ୍ରମ କଲେ ମଧ୍ୟ ଆପଣଙ୍କ ଘରେ ଟଙ୍କାର ଅଭାବ ରହୁଛି ତେବେ ଏହା ପଛର କାରଣ ଜାଣି ରଖନ୍ତୁ ।

କିଛି ସୌଭାଗ୍ୟଶାଳୀ ବ୍ୟକ୍ତି ଥାନ୍ତି, ଯେଉଁମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ । ଯେଉଁ କାରଣରୁ ସେମାନଙ୍କ ଘର ଧନ ଧାନ୍ୟରେ ପୂରଣ ଥାଏ । ସେମାନଙ୍କୁ କେବେ କୌଣସି ଜିନିଷ ପାଇଁ ଅଭାବ ରୁହେନି । କିନ୍ତୁ କିଛି ଲୋକ ଏପରି ଥାନ୍ତି ଯେଉଁମାନେ ଯେତେ ପରିଶ୍ରମ ଏବଂ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ନିକଟରେ ଟଙ୍କାର ଅଭାବ ଲାଗି ରହିଥାଏ । ଯଦି ଆପଣଙ୍କ ସହ ବି ଏପରି ହେଉଛି ଏବଂ ଆପଣ ବହୁତ ପରିଶ୍ରମ କଲେ ମଧ୍ୟ ଆପଣଙ୍କ ଘରେ ଟଙ୍କାର ଅଭାବ ରହୁଛି ତେବେ ଏହା ପଛର କାରଣ ଜାଣି ରଖନ୍ତୁ । ମା’ ଲକ୍ଷ୍ମୀ କ’ଣ ପସନ୍ଦ କରନ୍ତି ଏବଂ କଣ ପସନ୍ଦ କରନ୍ତି ନାହିଁ ତାହା ମଧ୍ୟ ଜାଣି ରଖନ୍ତୁ ।

ଘର ସଫା ରଖନ୍ତୁ :
ହିନ୍ଦୁ ମାନ୍ୟତା ଅନୁଯାୟୀ, ଧନର ଦେବୀ ମା’ ଲକ୍ଷ୍ମୀ ସ୍ୱଚ୍ଛତା ଏବଂ ପବିତ୍ରତା ମଧ୍ୟରେ ବାସ କରନ୍ତି, ତେଣୁ ଭୁଲରେ ମଧ୍ୟ ଆପଣଙ୍କ ଘରକୁ ଅପରିଷ୍କାର ରହିବାକୁ ଦିଅନ୍ତୁ ନାହିଁ ଏବଂ ଏହାକୁ ନିୟମିତ ଭାବେ ସଫା ରଖନ୍ତୁ । ବିଶ୍ୱାସ କରାଯାଏ ଯେ ଯେଉଁ ଘର ଅପରିସ୍କାର ଥାଏ ସେଠାରେ ମା’ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ଘରେ ବାସ କରନ୍ତି ନାହିଁ ।

କଳିରୁ ଦୂରେଇ ରୁହନ୍ତୁ :
ହିନ୍ଦୁ ମାନ୍ୟତା ଅନୁଯାୟୀ, ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ସେହି ଲୋକଙ୍କ ଘରୁ ବାହାରି ଯାଆନ୍ତି ଯେଉଁମାନଙ୍କର ପ୍ରତ୍ୟେକ ପ୍ରସଙ୍ଗରେ ସର୍ବଦା ବିବାଦ ଥାଏ କିମ୍ବା ଅନ୍ୟ କଥାରେ ମତଭେଦ ରହିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ମା’ ଲକ୍ଷ୍ମୀଙ୍କୁ ଆପଣଙ୍କ ଘରେ ରଖିବାକୁ ଚାହାଁନ୍ତି, ତେବେ ଆପଣ କ୍ରୋଧ ଏବଂ ବିବାଦରୁ ଦୂରେଇ ରହିବା ଉଚିତ୍ ।

ଦାନ ସମ୍ବନ୍ଧୀୟ ନିୟମ :
ହିନ୍ଦୁ ବିଶ୍ୱାସ ଅନୁଯାୟୀ ଦାନ ଦ୍ୱାରା ଐଶୋର୍ଯ୍ୟ ବୃଦ୍ଧି ହୁଏ। ଏହି କାରଣରୁ ସନାତନ ପରମ୍ପରାରେ ସମସ୍ତ ପ୍ରକାର ପୂଜା ଏବଂ ଜୌତିଷ ଶାସ୍ତ୍ରରେ ଦାନ କରିବାକୁ ବହୁତ ପ୍ରଭାବଶାଳୀ କୁହାଯାଇଛି । ବିଶ୍ୱାସ ଅନୁଯାୟୀ, ଯେଉଁମାନେ ନିଜ ସାମଥ୍ୟର୍ ଅନୁସାରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରନ୍ତି, ସେମାନଙ୍କ ଉପରେ ଧନର ଦେବୀ ମା’ ଲକ୍ଷ୍ମୀଙ୍କର କୃପା ରହିିଥାଏ । ଏବଂ ଯେଉଁମାନଙ୍କ ପାଖରେ ଟଙ୍କା ଥାଇ ମଧ୍ୟ ସେମାନେ ଅନ୍ୟମାନଙ୍କ ସାହାଯ୍ୟ କରିବା ଠାରୁ ଦୂରେଇ ରୁହନ୍ତି, ସେମାନଙ୍କ ପାଖରେ ମା’ ଲକ୍ଷ୍ମୀ କେବେ ମଧ୍ୟ ବାସ କରନ୍ତି ନାହିଁ ।

ଭୁଲ ଭାବେ ଟଙ୍କା ରଖନ୍ତୁ ନାହିଁ:
ଯଦି ଭୁଲ ଭାବେ ଟଙ୍କାକୁ ମୋଡ଼ି ପର୍ସ କିମ୍ବା ପକେଟରେ ରଖନ୍ତି ତେବେ ଟଙ୍କାର ଅପମାନ ହୁଏ । ବିଶ୍ୱାସ କରାଯାଏ ଯେ ଯେଉଁମାନେ ଟଙ୍କାକୁ ଏଣେ ତେଣେ ଘରେ ରଖନ୍ତି ମା’ ଲକ୍ଷ୍ମୀ ରାଗିଯାଆନ୍ତି ଏବଂ ସେମାନଙ୍କ ପାଖରେ ରୁହନ୍ତି ନାହିଁ । ଏବଂ ଭବିଷ୍ୟତରେ ସେମାନଙ୍କୁ ବଡ଼ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ବାସ୍ତୁ ନିୟମର ଧ୍ୟାନ ରଖନ୍ତୁ :
ହିନ୍ଦୁ ବିଶ୍ୱାସ ଅନୁଯାୟୀ,ଯେତେବେଳେ ଆପଣ ଠିକ ଦିଗରେ ଠିକ ଉପାୟରେ ନିଜର ଆରାଧ୍ୟ ଦେବତାଙ୍କ ପୂଜା କରିଥାନ୍ତି, ସେତେବେଳେ ଆପଣଙ୍କର ଉପାସନା ସଫଳ ହୁଏ । ଏପରି ପରିସ୍ଥିତିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ଆପଣ ସବୁବେଳେ ତାଙ୍କ ଫଟୋକୁ ଉତ୍ତର ଦିଗରେ ରଖିବା ଉଚିତ୍, କିନ୍ତୁ ଯଦି ଆପଣ ଏହି ନିୟମକୁ ଅଣଦେଖା କରି ମା’ ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିକୁ ଦକ୍ଷିଣ ଦିଗକୁ ରଖନ୍ତି, ତେବେ ଲକ୍ଷ୍ମୀ କ୍ରୋଧିତ ହୋଇ ଆପଣଙ୍କ ଘରୁ ଚାଲିଯିବେ । ବାସ୍ତୁ ଅନୁଯାୟୀ, ଯେଉଁମାନଙ୍କ ଘରେ ମା’ ଲକ୍ଷ୍ମୀଙ୍କ ଠିଆ ହୋଇଥିବା ଫଟୋ କିମ୍ବା ପ୍ରତିମା ଥାଏ ସେହି ଘରୁ ମା’ ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଆନ୍ତି। ବାସ୍ତୁ ଅନୁଯାୟୀ ମା’ଲକ୍ଷ୍ମୀଙ୍କ ଏକରୁ ଅଧିକ ପ୍ରତିମା କିମ୍ବା ଫଟୋ ଘରେ ରଖିବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.