ଆଜି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମ ସ୍ୱର୍ଣ୍ଣକ୍ଷେତ୍ର ମହୋତ୍ସବ, ନେମାଳ ପଦ୍ମବନ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ହେଉଛି ପଞ୍ଚଦଶ ଶତାବ୍ଦିର ବରେଣ୍ୟ ସାଧକ ମାଳିକା ସ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମ ସ୍ୱର୍ଣ୍ଣକ୍ଷେତ୍ର ମହୋତ୍ସବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଘ ଶୁକ୍ଳ ଏକାଦଶୀ ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଉଠିଛି ।

ସାଲେପୁର(କେନ୍ୟୁଜ୍‌): ଶ୍ରୀକ୍ଷେତ୍ରେ ଜନମ ମୋହର ପଦ୍ମବନେ ବାସ, ନେମାଳ ଗ୍ରାମକୁ ଲଭିଲି ପାଳି କୃଷ୍ଣ ଆଦେଶ । ଇଏ ହେଉଛି ଭବିଷ୍ଯତ ମାଳିକାର ରଚିତା ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଙ୍କ ନିଃସୃତ ବାଣୀ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। । ପାକୃତିକ ସୌନ୍ଦର୍ଯ୍ୟ ଭରା ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ହେଉଛି ନେମାଳ ମଠ । ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଜନ୍ମ ଗ୍ରହଣ କରିଥିଲେ ।

ଆଜି ହେଉଛି  ସେହି ପଞ୍ଚଦଶ ଶତାବ୍ଦିର ବରେଣ୍ୟ ସାଧକ ମାଳିକା ସ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମ ସ୍ୱର୍ଣ୍ଣକ୍ଷେତ୍ର ମହୋତ୍ସବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଘ ଶୁକ୍ଳ ଏକାଦଶୀ ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଉଠିଛି । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥ ସଂଙ୍କୀର୍ତ୍ତନ ମଣ୍ଡଳୀଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି ।

ପୀଠ ଚତୁଃପାର୍ଶ୍ଵରେ ଅଷ୍ଟ ପ୍ରହରୀ, ନାମଯଜ୍ଞ, ଚାଲିଛି । ଏହି ଅବସରରେ ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ଆଲୋକରେ ସୁସଜ୍ଜିତ କରାଯାଇଛି । ପ୍ରାପ୍ତରୁ ବିଭିନ୍ନ ନୀତିକାନ୍ତି ସହ ମହାପୁରୁଷଙ୍କ ପୀଠରେ ପୂଜା ଲାଗି ହେଉଥିବା ବେଳେ ପ୍ରଶାସନ ଟ୍ରଷ୍ଟ ତରଫରୁ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜିର ଦିନରେ ଜଗନ୍ନାଥଙ୍କୁ ଦର୍ଶନ କରିବାଠାରୁ ପଦ୍ମବନ ପୀଠରେ ଶ୍ରୀ ଅଚ୍ୟୁତାନନ୍ଦଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଲାଭ ହୁଏ ବୋଲି କୁହନ୍ତି ସେବାୟତ ଓ ଭକ୍ତ ।

ତେବେ ଓଡ଼ିଶାର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଚଳ ଚଞ୍ଚଳ ହୋଇ ପଡିଛି, ତ୍ରିକାଳ ଦ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ପଦ୍ମବନ । ଭିଡ଼କୁ ପରିଲକ୍ଷିତ କରି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।