Below header

ବଡବାପାର ମାଡ଼ରେ ଝିଆରୀ ଗୁରୁତର

ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲା ବିଧବା ମା । ଘରେ ରହିଥିଲା ମଝିଆ ଝିଅ । ସେହି ସମୟରେ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ ।

ଆନନ୍ଦପୁର(କେନ୍ୟୁଜ୍‌) :  ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲା ବିଧବା ମା । ଘରେ ରହିଥିଲା ମଝିଆ ଝିଅ । ସେହି ସମୟରେ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ । ଗୁରୁତର ଅବସ୍ଥାରେ ଏବେ ଝିଅ ଡାକ୍ତରଖାନାରେ ଭର୍ତ୍ତି।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଚମ୍ପାପାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗାଁରେ ବିଧବା ମହିଳା ପ୍ରତିମା ଜେନାଙ୍କ ତିନି ଝିଅକୁ ନେଇ ପରିବାର। ଗତ କିଛିଦିନ ହେବ ଦେଢଶୁର କୁଳମଣି ଜେନାଙ୍କ ପରିବାର ଛୋଟ ଛୋଟ କଥାକୁ ନେଇ ବିଭିନ୍ନ ସମୟରେ ପ୍ରତିମା ଓ ତାଙ୍କ ଝିଅ ମାନଙ୍କୁ ଧମକ ଚମକ ଦେବା ସହ ହଇରାଣ ହରକତ କରିଥାନ୍ତି ।

ଏଥିରେ ଅତିଷ୍ଟ ହୋଇ ଗତକାଲି ପ୍ରତିମା ନିଜ ବଡଝିଅକୁ ଧରି ଘଷିପୁରା ଥାନାକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଘରେ ଏକାକି ଥିବା ମଝିଆ ଝିଅକୁ ଦେଢଶୁରଙ୍କ ପରିବାର ଲୋକେ ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାପରେ ଘିଅଟି ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସିତ ହେଉଅଛି । ଘଟଣା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.