IPL 2024 ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା, ଶିବମ ଦୁବେ ଆହତ
ଚେନ୍ନାଇ ସୁପରକିଙ୍ଗସ ଟିମକୁ ଝଟକା ଲାଗିଛି । ଟିମର ଷ୍ଟାର ଖେଳାଳି ଶିବମ ଦୁବେ ଆହତଜନିତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସାଇଡ ଷ୍ଟ୍ରେନ ଆହତ ଯୋଗୁଁ ଶିବମ ଦୁର୍ବେ ରଣଜୀ ଟ୍ରଫି ମ୍ୟାଚ୍ ଅଧାରୁ ବାଦ୍ ପଡିଛନ୍ତି ।
ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିସିସିଆଇ ଆଇପିଏଲ ୨୦୨୪ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ । କିନ୍ତୁ ମାର୍ଚ୍ଚ ଶେଷ ଆଡକୁ ଆଇପିଏଲ୍ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ଲିଗ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଟିମକୁ ଝଟକା ଲାଗିଛି । ଟିମର ଷ୍ଟାର ଖେଳାଳି ଶିବମ ଦୁବେ ଆହତଜନିତ ସମସ୍ୟା ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ଭାରତରେ ଏବେ ଘରୋଇ କ୍ରିକେଟରେ ରଣଜୀ ଟ୍ରଫି ଖେଳାଯାଉଛି । ଏହା ଭାରତୀୟ କ୍ରିକେଟର ସବୁଠୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଭାରତୀୟ ଟିମ ଏବଂ ମୁମ୍ବାଇର ଷ୍ଟାର ଅଲରାଉଣ୍ଡର ଦିବମ ଦୁବେ ଆହତ ହୋଇଛନ୍ତି । ଖବର ମୁତାବକ, ସାଇଡ ଷ୍ଟ୍ରେନ ଆହତ ଯୋଗୁଁ ଶିବମ ଦୁର୍ବେ ରଣଜୀ ଟ୍ରଫି ମ୍ୟାଚ୍ ଅଧାରୁ ବାଦ୍ ପଡିଛନ୍ତି । ମୁମ୍ବାଇ ଟିମ୍ ୨୩ ଫେବୃଆରୀରକୁ ବଦୋଦରା ବିପକ୍ଷରେ କ୍ୱାର୍ଟର ଫାଇନାଲ ଖେଳିଥାନ୍ତା । ଏଥିପାଇଁ ଖୁବଶୀଘ୍ର ଟିମ୍ ଘୋଷଣା ହେବ ।
ଷ୍ଟାର ଅଲରାଉଣ୍ଡର ଶିବମ ଦୁବେ ନିକଟରେ ଭଲ ପ୍ରଦର୍ଶନ କରିଥିଲେ । ଦୁବେ ରଣଜୀ ଟ୍ରଫି ସିଜନର ୫ଟି ମ୍ୟାଚରେ ୬୭.୮୩ ପ୍ରତିଶତରେ ୪୦୭ ରନ କରିଥିଲେ । ଏଥିରେ ୨ଟି ଶତକ ଏବଂ୨ଟି ଅର୍ଦ୍ଧଶତକ ରହିଛି । ଏହାଛଡା ୧୨ଟି ଓ୍ଵିକେଟ ମଧ୍ୟ ନେଇଛନ୍ତି । ଏହାପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ ।
ଶିବମ ଦୁବେ ଗତବର୍ଷ ଚେନ୍ନାଇ ଟିମରେ ଖେଳୁଥିଲେ । ଏଥର ଆଇପିଏଲ ଟାଇଟଲ ଜିତିଥିଲା ଚେନ୍ନାଇ । ଏହି ସିଜିନରେ ଶିବମ ଦୁବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ । ସେ ୧୬ଟି ମ୍ରାଚରେ ୩୮.୦୦ ପ୍ରତିଶତରେ ୪୧୮ ରନ କରିଥିଲେ । ଏହି ସମୟରେ ୩ଟି ଅର୍ଦ୍ଧଶତକ ମାରିଥିଲେ ।