ଆହୁରି ଶସ୍ତା ହେଲା OnePlusର 5G ସ୍ମାର୍ଟଫୋନ୍ , ଜାଣନ୍ତୁ ଏହାର ନୂଆ ମୂଲ୍ୟ

OnePlus ଏହାର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନର ମୂଲ୍ୟକୁ ଆହୁରି ହ୍ରାସ କରିଛି । ଗତ ବର୍ଷ ଲଞ୍ଚ ହୋଇଥିବା ୱାନପ୍ଲାସ ନର୍ଡ ସିରିଜର ଏହି ଫୋନର ମୂଲ୍ୟ ୨,୦୦୦ ଟଙ୍କା ହ୍ରାସ ପାଇଛି । ଏହି ସ୍ମାର୍ଟଫୋନ୍ ୧୦୮MP କ୍ୟାମେରା, ୫୦୦୦mAh ବ୍ୟାଟେରୀ ପରି ଭଲ ଫିଚର୍ସ ସହିତ ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହି OnePlus ସ୍ମାର୍ଟଫୋନର ନୂତନ ମୂଲ୍ୟ ଏବଂ ଫିଚର୍ସ ବିଷୟରେ…

OnePlus ଏହାର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନର ମୂଲ୍ୟକୁ ଆହୁରି ହ୍ରାସ କରିଛି । ଗତ ବର୍ଷ ଲଞ୍ଚ ହୋଇଥିବା ୱାନପ୍ଲାସ ନର୍ଡ ସିରିଜର ଏହି ଫୋନର ମୂଲ୍ୟ ୨,୦୦୦ ଟଙ୍କା ହ୍ରାସ ପାଇଛି । ଏହି ସ୍ମାର୍ଟଫୋନ୍ ୧୦୮MP କ୍ୟାମେରା, ୫୦୦୦mAh ବ୍ୟାଟେରୀ ପରି ଭଲ ଫିଚର୍ସ ସହିତ ଆସିଥାଏ । ଏହା ଏପର୍ଯ୍ୟନ୍ତ OnePlus ର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ । OnePlus ବିଶେଷତଃ ମିଡ୍ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ତିଆରି ପାଇଁ ଜଣାଶୁଣା । ତେବେ ଆସନ୍ତୁ ଜାଣିବା ଏହି OnePlus ସ୍ମାର୍ଟଫୋନର ନୂତନ ମୂଲ୍ୟ ଏବଂ ଫିଚର୍ସ ବିଷୟରେ…

ଜାଣନ୍ତୁ ଏହାର ନୂଆ ମୂଲ୍ୟ:
OnePlus Nord CE 3 Lite 5G ପ୍ରାରମ୍ଭିକ ମୂଲ୍ୟରେ ୧୯,୯୯୯ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଏହି ସ୍ମାର୍ଟଫୋନ୍ ଦୁଇଟି ଷ୍ଟୋରେଜ୍ ପ୍ରକାରରେ ଆସିଥାଏ – ୮ ଜିବି ରାମ୍ + ୧୨୮ ଜିବି ଏବଂ ୮ ଜିବି ରାମ୍ + ୨୫୬ ଜିବି ସହିତ ଆସିଥାଏ । ଏହାର ବେସ୍ ଭାରିଆଣ୍ଟ ବର୍ତ୍ତମାନ ୧୭,୯୯୯ ଟଙ୍କାରେ ଆସିଛି । ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ବର୍ତ୍ତମାନ ୧୯,୯୯୯ ଟଙ୍କା ହୋଇଛି । ଏହା ବ୍ୟତୀତ ଫୋନ୍ କିଣିବାରେ ନୋ-କଷ୍ଟ EMI ଏବଂ ବ୍ୟାଙ୍କ ଅଫର ମଧ୍ୟ ଉପଲବ୍ଧ ହେବ । ଏହା ଦୁଇଟି କଲର ଅପ୍ସନରେ ଆସିଥାଏ – ଚାରକୋଲ ଗ୍ରେ ଏବଂ ପାଷ୍ଟେଲ ଲାଇମ୍ । ଆପଣ ଏହାକୁ Amazon ଏବଂ OnePlus ଇ-ଷ୍ଟୋରରୁ କିଣି ପାରିବେ ।

OnePlus Nord CE 3 Lite 5G ର ଫିଚର୍ସ:
-ଏହି ବଜେଟ୍ ସ୍ମାର୍ଟଫୋନ୍ ୬.୭୨ ଇଞ୍ଚ FHD + ଡିସପ୍ଲେ ସହିତ ଆସିଥାଏ, ଯାହାର ରିଫ୍ରେଶ ରେଟ ୧୨୦Hz । ଏହି ଫୋନରେ ଏକ ପଞ୍ଚ-ହୋଲ୍ ଡିସପ୍ଲେ ଡିଜାଇନ୍ ରହିଛି । ଏହାସହ ଏଥିରେ କର୍ନିଙ୍ଗ ଗୋରିଲା ଗ୍ଲାସର ପ୍ରୋଟେକ୍ସନ ରହିବ ।

-ଏହା Qualcomm Snapdragon 695 ପ୍ରୋସେସରରେ କାମ କରେ । ଏଥିରେ ୮ ଜିବି ରାମ୍ ଏବଂ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ପାଇଁ ସପୋର୍ଟ ମିଳିବ, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ ହୋଇପାରିବ ।

-OnePlus ର ଏହି ସ୍ମାର୍ଟଫୋନ୍ Android 13 ଉପରେ ଆଧାର କରି OxygenOSରେ କାମ କରେ । ଏହି ଫୋନରେ ୫୦୦୦mAh ବ୍ୟାଟେରୀ ସହିତ ୬୭W ସୁପରଫାଷ୍ଟ ଚାର୍ଜିଂ ଫିଚର ରହିଛି ।
ଏହି ବଜେଟ୍ ଫୋନ୍ ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ, ଯେଉଁଥିରେ ୧୦୮MP ମେନ ପ୍ରାଇମେରୀ କ୍ୟାମେରା ଏବଂ ଆଉ ଦୁଇଟି ୨MP କ୍ୟାମେରା ଅନ୍ତର୍ଭୁକ୍ତ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୬MP କ୍ୟାମେରା ରହିଛି ।

-ଏହି ଫୋନରେ କନେକ୍ଟିଭିଟି ପାଇଁ USB Type C ଏବଂ 3.5mm ଅଡିଓ ଜ୍ୟାକ୍ ମିଳିବ । ସିକ୍ୟୁରିଟି ପାଇଁ ଏଥିରେ ଏକ ସାଇଡ ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.