ମା ଦୁର୍ଗାଙ୍କୁ ସମର୍ପିତ ଏହି ଗୀତରେ ନଜର ଆସିଲେ ନୁରସତ୍ ଜହାଁ, ମିମୀ ଚକ୍ରବର୍ତ୍ତୀଙ୍କ ସହିତ ଶୁଭଶ୍ରୀ ଗାଙ୍ଗୁଲି: ଭାଇରାଲ୍ ହେବାରେ ଲାଗିଛି ଭିଡିଓ

୨୦୧୯ର ସାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯାଉଛି । ନବରାତ୍ରୀ ପୂର୍ବରୁ ୟୁଟ୍ୟୁବ୍ ରେ ଏକ ବଙ୍ଗାଳୀ ଗୀତ ରିଲିଜ୍ ହୋଇଛି । ଏହି ଗୀତଟିରେ ଟିଏମସି ସାଂସଦ ନୁସରତ୍ ଜହାଁ ଏବଂ ମିମୀ ଚକ୍ରବର୍ତ୍ତୀ ଟ୍ରାଡିସନାଲ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତିତ ଭିଡିଓରେ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି ମଧ୍ୟ ନଜର ଆସୁଛନ୍ତି ।

ଏହାସହ ପଢନ୍ତୁ:

କରଣ ଦେୱଲ୍’ଙ୍କ ଫିଲ୍ମ ବକ୍ସ ଅଫିସରେ କଲା ଭଲ ପ୍ରଦର୍ଶନ, ପ୍ରଥମ ଦିନରେ ୧.୧୦ କୋଟି କଲେକ୍ସନ୍

ମାଁ ଦୁର୍ଗାଙ୍କୁ ସମର୍ପିତ ଏହି ଗୀତ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସେମାନଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରୁଥିବାବେଳେ ଏହା ସୋସିଆଲ୍ ମିଡିଆରେ ଖୁବ୍ ସେୟାର ହେବାରେ ଲାଗିଛି । ଏହି ଗୀତଟି ବଙ୍ଗାଳୀ ଭାଷାରେ ହୋଇଥିବାବେଳେ ଏଥିରେ ଦୁର୍ଗାଙ୍କର ମହିମା ବିଷୟରେ କୁହାଯାଇଛି । ଏହି ଗୀତଟିକୁ ୟୁଟ୍ୟୁବ୍ ରେ ୧,୩୨୪,୨୮୦ ଥର ଦେଖାଯାଇସାରିଲାଣି । ଏହି ଗୀତକୁ ଟଲିଉଡ୍ କମ୍ପୋଜର ଇନ୍ଦ୍ରଦୀପ ଦାସ ଗୁପ୍ତା କମ୍ପୋଜ୍ କରିଛନ୍ତି ।

ଦେଖନ୍ତୁ ଭିଡିଓ:

Leave A Reply

Your email address will not be published.