ଆମେରିକା ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ ପ୍ରକୃତ କାରଣ
ହ୍ୟୁଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଆମେରକୀୟ ସିନେଟରଙ୍କ ପତ୍ନୀଙ୍କୁ କ୍ଷମା ମାଗିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କଥା କଣ କି, ଏହି ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଦିନ ସିନେଟର ପତ୍ନୀଙ୍କ ଜନ୍ମଦିନ ଥିଲା, କିନ୍ତୁ ମୋଦି କାର୍ଯ୍ୟକ୍ରମ ଯୋଗୁଁ ସିନେଟର ତାଙ୍କ ସହିତ ନଥିଲେ। ମୋଦି ବିନ୍ରମତାର ସହିତ କ୍ଷମା ମାଗିନେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆମେରିକା ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଥିଲେ। କାର୍ନିନ ହାଓଡି ମୋଦି କାର୍ଯ୍ୟକ୍ରମରେ ମୋଦିଙ୍କ ସହିତ ରହିଥିବା ଯୋଗୁଁ ପତ୍ନୀ ସ୍ୟାଣ୍ଡିଙ୍କୁ ସମୟ ଦେଇପାରିନଥିଲେ। ଏଥିପାଇଁ ମୋଦି ସ୍ୟାଣ୍ଡିଙ୍କୁ କ୍ଷମା ମାଗିବା ସହ ଜନ୍ମଦିନର ଶୁଭକାମନା ଜଣାଇଥିବା ଭିଡିଓରେ ନଜର ଆସିଛି। ଏହି ଭିଡିଓ ପିଏମ୍ଓ ଅଫିସ ଦ୍ୱାରା ଟ୍ଵିଟର ସେୟାର କରାଯାଇଥିଲା।
Here is what happened when PM @narendramodi met Senator @JohnCornyn. pic.twitter.com/O9S1j0l7f1
— PMO India (@PMOIndia) September 23, 2019
ଭିଡିଓରେ ମୋଦି କହିଛନ୍ତି, ‘ମୁଁ ଆପଣଙ୍କୁ କ୍ଷମା ମାଗୁଛି, କାରଣ ଆପଣଙ୍କ ଜନ୍ମଦିନରେ ଆପଣଙ୍କ ଜୀବନସାଥୀ ମୋ ସହିତ ଇଭେଣ୍ଟ ଯୋଗୁଁ ବ୍ୟସ୍ତ ରହିଥିଲେ। ସ୍ୱାଭାବିକ ଭାବେ ଆପଣ ମୋ ଉପରେ ରାଗୁଥିବେ ନିଶ୍ଚିତ। କିନ୍ତୁ ଏଥିପାଇଁ କ୍ଷମା କରିବେ ଏବଂ ଆପଣଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା। ଆପଣଙ୍କ ଭବଷ୍ୟ ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ହେଉ।
ସୂଚନାଯୋଗ୍ୟ, ଆମେରିକାରେ ହ୍ୟୁଷ୍ଟନ ସହରରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ୫୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ-ଆମେରକୀୟଙ୍କୁ ସମ୍ବୋଧିତ କରିଥିଲେ।