ନେହାଙ୍କ ସହ ଡ୍ୟାନ୍ସ କରୁଛନ୍ତି ଇଣ୍ଡିଆନ୍‌ ଆଇଡଲ ୧୦ର ଏହି ଫାଇନାଲିଷ୍ଟ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଗାୟିକା ନେହା କକ୍କର ନିଜ ଗୀତ ପାଇଁ ଯେତିକି ଲୋକପ୍ରିୟ, ଟିକ୍‌ଟକ୍‌ରେ ମଧ୍ୟ ସେତିକି ଆକ୍ଟିଭ୍‌ ରହିଥାନ୍ତି। ପ୍ରତିଦିନ ଟିକ୍‌ଟକ୍‌ରେ ସେ କିଛି ନା କିଛି ଭିଡିଓ ଅପ୍‌ଲୋଡ୍‌ କରିଥାନ୍ତି। ତାଙ୍କ ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଟିକ୍‌ଟକ୍‌ରେ ନେହାଙ୍କ ୧୦.୮ ମିଲିୟନ୍‌ ଫଲୋୟର୍ସ ଅଛନ୍ତି। ଏବେ ନେହାଙ୍କର ଏକ ଭିଡ଼ିଓ ବହୁତମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ସେ ବିଭୋର ପାରାଶରଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଛି।

ଇଣ୍ଡିଆନ୍‌ ଆଇଡଲ୍‌ ୧୦ର ଅନ୍ୟତମ ଫାଇନାଲିଷ୍ଟ ବିଭୋର ଶୋ’ ଜିତିନଥିଲେ ମଧ୍ୟ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଥିଲେ। କିଛିଦିନ ତଳେ ନେହାଙ୍କର ବିଭୋର ସହ ପ୍ରେମ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା ନେଇ ଉଭୟେ ରୋକ୍‌ଠୋକ୍‌ ମନା କରି ଦେଇଥିଲେ।

ଏହାସହ ପଢ଼ନ୍ତୁ: ଡ୍ରିମ୍‌ଗର୍ଲର ସଫଳତା ପରେ ଆୟୁଷ୍ମାନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ:

ବର୍ତ୍ତମାନ ଟିକ୍‌ଟିକ୍‌ରେ ନେହା କକ୍କର ସେୟାର କରିଥିବା ଭିଡିଓରେ ବିଭୋରଙ୍କ ସହ ନେହାଙ୍କ ଭାଇ ଟୋନିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଜବାନୀ ତେରୀ ବିଜଲୀ କୀ ତାର ହେ ଗୀତରେ ନେହା ନାଚୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.