ଦୁର୍ଗନ୍ଧ ଦୂର କରି ଏମିତି ମହକାନ୍ତୁ ଘରର ସବୁ କୋଣ

ସାରାଦିନ ଘରୁ ବାହାରେ ରହିବା ପରେ ଯେତେବେଳେ ଆପଣ ଫେରିଥାଆନ୍ତି, ଆପଣଙ୍କୁ ବହୁତ ଶାନ୍ତି ମିଳିଥାଏ। କିନ୍ତୁ ଯଦି ଘର ଭିତରେ ଅଜବ ଦୁର୍ଗନ୍ଧ ଆସୁଥାଏ, ତା’ହେଲେ ଆପଣ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ଅନେକବାର ବର୍ଷା ଦିନେ ଏଭଳି ଦୁର୍ଗନ୍ଧ ଜାତ ହୋଇଥାଏ। ଘର ବନ୍ଦ ରହିବା ଯୋଗୁ ଭିତରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଯାଏ। ଏଭଳି ସ୍ଥିତିିରେ ଆପଣ କ’ଣ କରିବେ ହଠାତ୍‌ ଜାଣିପାରନ୍ତି ନାହିଁ। ବଜାରରେ ମିଳୁଥିବା ମହଙ୍ଗା ରୁମ୍‌ ଫ୍ରେଶନରକୁ ବ୍ୟବହାର କରି ଆପଣ କିଛି ସମୟ ପାଇଁ ଗନ୍ଧ ଦୂର କରିପାରିବେ। କିନ୍ତୁ ସବୁଦିନ ପାଇଁ ଏହା ଦୂର ହୋଇ ନ ଥାଏ। ଆଜି ଆମେ ଆପଣଙ୍କୁ କିଛି ସହଜ ଓ ଶସ୍ତା ଉପାୟ ବତାଇବାକୁ ଯାଉଛୁ, ଯାହାକୁ ଉପଯୋଗ କଲେ ସାରାଦିନ ଆପଣଙ୍କ ଘର ମହକି ଉଠିବ।

mint1

ପାଣିରେ ବ୍ୟବହାର କରନ୍ତୁ ପ୍ରାକୃତିକ ଜିନିଷ

ଘରକୁ ସୁଗନ୍ଧିତ କରିବା ପାଇଁ ଆପଣ ପାଣିକୁ ସିଝାନ୍ତୁ। ସେଥିରେ ଲେମ୍ବୁ, କମଳା ଚୋପା, ପୁଦିନା ପତ୍ର ପକାଇ ଗ୍ୟାସରେ ରାନ୍ଧିବା ଲାଗି ରଖି ଦିଅନ୍ତୁ। ଧୀରେ ଧୀରେ ଏହାର ବାସ୍ନା ପୂରା ଘରେ ଖେଳେଇ ହୋଇଯିବ। ଏହାର ଖାସ୍‌ କଥା ହେଲା ଏହାଦ୍ୱାରା ଆପଣଙ୍କ ଘରେ ଅଧିକ ସମୟ ପଯ୍ୟର୍ନ୍ତ ବାସ୍ନା ରହିବ।

mint2

ଖୋଲା ରଖନ୍ତୁ ଝରକା

ଅନେକ ଥର ଘରେ କିଛି ଜଳିଯିବା ଏବଂ ଘର ରଙ୍ଗ ହେବା କାରଣରୁ ସ୍ମେଲ୍‌ ହୋଇଥାଏ। ଏହି ସମୟରେ କୌଣସି ରୁମ୍‌ ଫ୍ରେଶନର କିମ୍ବା ଅନ୍ୟ କୌଣସି ସାମଗ୍ରୀ ବ୍ୟବହାର କରିବା ପରିବର୍ତ୍ତେ ଝରକା ଖୋଲି ଦିଅନ୍ତୁ। ଯେତେବେଳେ ଆପଣ ଝରକା ଖୋଲିଦେବେ, କିଛି ସମୟ ଭିତରେ ସବୁ ଦୁର୍ଗନ୍ଧ ଘରୁ ବାହାରିଯିବ। ଏହାଦ୍ୱାରା ଆପେ ଘର ମହକି ଉଠିବ।

ଏହାସହ ପଢ଼ନ୍ତୁ: ଆମର ଏହି ଭୁଲ୍‌ ଯୋଗୁ ପ୍ରୋଟିନ୍‌ ପାଉଡର କେବେ ବି ଓଜନ ବଢ଼ାଇବାରେ କାମ କରି ନ ଥାଏ

mint3

ଅଏଲ୍‌ ଡିଫ୍ୟୁଜର

ଘରକୁ ଯେତେବେଳେ ମହକାଇବା କଥା ଉଠିଥାଏ, ପ୍ରାୟତଃ ସମସ୍ତେ ଅରୋମା କ୍ୟାଣ୍ଡେଲ୍ସ ବ୍ୟବହାର କରିବା ବିଷୟରେ ଭାବିଥାଆନ୍ତି। କିନ୍ତୁ ଏହା ବଦଳରେ ଆପଣ ଅଏଲ୍‌ ଡିଫ୍ୟୁଜରକୁ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ୱାରା ପ୍ରଥମତଃ ଘର ପ୍ରାକୃତିକ ଭାବେ ମହକି ଉଠିବ ଏବଂ ଦ୍ୱିତୀୟରେ ଲମ୍ବା ସମୟ ଯାଏ ରହିବ।

Leave A Reply

Your email address will not be published.