Below header

୧୩ ଜଣଙ୍କୁ ଅଣ୍ଡରୱେୟାର ଏବଂ ଗଞ୍ଜି ପିନ୍ଧାଇ ଖାଲିପାଦରେ ପରେଡ୍ କରାଇଲା ରାଜସ୍ଥାନ ପୋଲିସ୍, ଜାଣନ୍ତୁ ଏହାପଛର କାରଣ

ରାଜସ୍ଥାନ: ରାଜସ୍ଥାନରେ ପୋଲିସ୍ ୧୩ ଜଣଙ୍କ ହାତ ବାନ୍ଧି ସେମାନଙ୍କୁ ଅଣ୍ଡର ୱେୟାର ଏବଂ ବାନିୟନ୍ ପିନ୍ଧାଇ ବିଚ୍ ରାସ୍ତାରେ ପରେଡ୍ କରାଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ବହରୋଡ ପୋଲିସ୍ ଥାନାର ଅଟେ । ସୂଚନା ମୁତାବକ ପୋଲିସ୍ ହରିୟାଣାର ଏକ ଗ୍ୟାଙ୍ଗଷ୍ଟାରକୁ ଜେଲ୍ ରୁ ଫେରାର ହେବାପରେ ଏହି ପଦକ୍ଷପ ଗ୍ରହଣ କରିଥିଲା । ଯେଉଁ ୧୩ ଜଣଙ୍କର ହାତ ବନ୍ଧା ଯାଇ ପରେଡ୍ କରାଯାଇଛି ଏମାନେ ଉକ୍ତ ଗ୍ୟାଙ୍ଗଷ୍ଟାକୁ ଫେରାର କରିବାରେ ସାହାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଥାଉକି ସେପ୍ଟେମ୍ବର ୬ ତାରିଖରେ ବହରୋଡ ଷ୍ଟେସନରୁ ହରିୟାଣାର ଗ୍ୟାଙ୍ଗଷ୍ଟାର ବିକ୍ରମ ଓରଫ ପପଲା ଖସିପଳାଇଥିଲା । ଏହାପରେ ପୋଲିସ୍ ଜାଣିବାକୁ ପାଇଥିବା କି, ଫେରାର ପଛରେ ଏହି ୧୩ ଜଣଙ୍କର ହାତ ରହିଥିଲା । ଯାହାପରେ ପୋଲିସ୍ ଏଭଳି ପଦକ୍ଷଣ ଗ୍ରହଣ କରିଥିଲା । ପାଖାପାଖି ୩ କିମି ଯାଏ ଏମାନଙ୍କୁ ଖାଲି ପାଦରେ, ଅଣ୍ଡର ୱେୟାର ଏବଂ ବାନିୟନ ପିନ୍ଧିଥିବା ଅବସ୍ଥାରେ ବୁଲାଯାଇଥିଲା।

ଏହାସହ ପଢନ୍ତୁ:

ଅଲ୍‌କାଏଦାର ଦୁର୍ଦ୍ଦାନ୍ତ ଆତଙ୍କୀକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ,ମିଳିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଏହି ଘଟଣାରେ ଏସପି କହିଛନ୍ତି କି, ଆମେ ସେମାନଙ୍କୁ ସାମାନ୍ୟ ରୂପେ କ୍ରାଇମ୍ ସିନକୁ ରିକ୍ରିଏଟ୍ କରିବାକୁ ନେଇଥିଲୁ । ଏହା ସାମାନ୍ୟ ଯାଞ୍ଚ ପ୍ରକ୍ରିୟାର ଭାଗ ଅଟେ । ଏହି ବିଷୟରେ ଲୋକଙ୍କୁ କୌଣସି ପ୍ରକାରର ସନ୍ଦେସ ଦେବାକୁ ଆମର ଅଭିପ୍ରାୟ ନଥିଲା । ଅନ୍ୟପଟେ ଏହି ଘଟଣା ପରେ ଲୋକେ ସୋସିଆଲ ମିଡିଆରେ ରାଜସ୍ଥାନ ପୋଲିସକୁ ବହୁଳ ଭାବେ ଟ୍ରୋଲ କରିବା ସହିତ ମଜାକ୍ ଉଡାଇଛନ୍ତି ।

ଜଣେ ଅଧିକାରୀ କହିଛନ୍ତି କି, ପୋଲିସ୍ ଏଥିପ୍ରତି ଧ୍ୟାନ ନଦେଇ ଫେରାର ଥିବା ଆସାମୀକୁ ଧରିବାକୁ ପ୍ରୟାସ କରିବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି କି, ସାର୍ବଜନିକ ପରେଡରେ ପୋଲିସଙ୍କ ଉପରେ ଜନତାଙ୍କ ଭରସା ଅଧିକ ରହିବ। ତେବେ ପୋଲିସ୍ ପକ୍ଷରୁ ଗ୍ୟାଙ୍ଗଷ୍ଟାରକୁ ଗିରଫ କରାଯିବା ପରେ ଏନେଇ ସବୁ ତଥ୍ୟ ଲିକ୍ ହୋଇଯାଇଥିଲା । ଏହାପରେ ଗ୍ୟାଙ୍ଗଷ୍ଟାରର ସାଥୀମାନେ ଏକେ-୪୭ ଏବଂ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ଦେଖାଇ ଗ୍ୟାଙ୍ଗଷ୍ଟାରକୁ ଛଡାଇନେଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.