କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ ଘୋଷଣା: ୨୦୨୧ ଜନଗଣନାରେ ହେବ ମୋବାଇଲ ଆପ୍‌ ର ବ୍ୟବହାର

ଦେଶର ଜନ ଗଣନା ଆଧାରରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥାନ୍ତି। ତେଣୁ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ତଥ୍ୟ ଉପରେ ଦେଶର ସମସ୍ତ ଯୋଜନା ନିର୍ଭର କରିଥାଏ। ଜନସଂଖ୍ୟା କିଭଳି ସଠିକ୍ ଏବଂ ଶୀଘ୍ର ହେବ ସେ ନେଇ ଆଗାମୀ ଦିନରେ ମୋବାଇଲ୍ ଆପ୍ ବ୍ୟବହାର କରିବେ କେନ୍ଦ୍ର ସରକାର। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ଡିଜିଟାଲ୍ ମିଡିଆରେ ଗଣନା ହେଲେ ଅନେକ ତଥ୍ୟ ଶୀଘ୍ର ମିଳିପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୧ରେ ଅନ୍ତିମ ଥର ଜନ ଗଣନା ହୋଇଥିଲା। ଏହି ସମୟରେ ଦେଶର ଜନସଂଖ୍ୟା ୧୨୧ କୋଟି ଥିଲା। ଏବେ ଠିକ୍ ୧୦ ବର୍ଷ ପରେ ୨୦୨୧ରେ ଜନ ଗଣନା ହେବାକୁ ଯାଉଛି। ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ୩୩ ଲକ୍ଷ ଲୋକ ଜନଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ୨୦୨୧ରେ ଜନଗଣନା ଦୁଇଟି ପର୍ଯ୍ୟାୟରେ ହେବ ବୋଲି କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ବିଜ୍ଞପ୍ତି ପ୍ରକାଶ କରି କହିଥିଲେ।

ଏହାସହ ପଢନ୍ତୁ: ବିଶ୍ୱର ଏନର୍ଜି କ୍ୟାପିଟାଲ ହଷ୍ଟନରେ ଭାରତ ଭାରତ ବାସ୍ନା, ଆମେରିକାରେ ମୋଦିଙ୍କ ମେଗା ଇଭେଣ୍ଟ କାର୍ଯ୍ୟକ୍ରମ ‘ହାଓଡି…

ଶାହାଙ୍କ କହିବାନୁଯାୟୀ ୧୮୬୫ ମସିହାରେ ଦେଶରେ ପ୍ରଥମ ଥର ପାଇଁ ଜନଗଣନା ହୋଇଥିଲା। ୨୦୨୧ରେ ୧୬ ତମ ଜନଗଣନା ହେବାକୁ ଯାଉଛି। ଅନେକ ପ୍ରସଙ୍ଗରେ ଚିନ୍ତାକରି ଆଗକୁ ହେବାକୁ ଥିବା ଜନଗଣନାକୁ ମୋଦି ସରକାର ଆପ୍ ଜରିଆରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ମୋଦି ସରକାର ଆସିବା ପରେ ଦେଶର ଚିନ୍ତାଧାରାରେ ବୈଷୟିକ ଜ୍ଞାନକୁ ଯୋଡ଼ା ଯାଇଛି ବୋଲି ଅମିତ ଶାହା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.