Below header

ଆସୁଛି ଆମୀର – ମାଧୁରୀଙ୍କ ବ୍ଲକବଷ୍ଟର୍ ଫିଲ୍ମ ଦିଲ୍ ର ସିକ୍ବେଲ୍, ଜାଣନ୍ତୁ ଏଥର କିଏ କରିବେ ଅଭିନୟ

ଆମୀର୍ ଖାନ ଏବଂ ମାଧୁରୀ ଦିକ୍ଷୀତଙ୍କ ଫିଲ୍ମ ଦିଲ୍ କିଏ ବା ନଦେଖିଥିବ । ହଙ୍ଗାମା ମଚାଇଥିଲା ୧୯୯୦ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ । କେବଳ ଫିଲ୍ମ ନୁହେଁ ଏହାର ଗୀତ ଗୁଡିକ ମଧ୍ୟ ହୋଇଥିଲା ଜବରଦସ୍ତ ହିଟ୍ । ଉଭୟଙ୍କ ଯୋଡି ଜିତିନେଇଥିଲା ଦର୍ଶକଙ୍କ ଦିଲ୍ ।

ଏବେ ଏହି ପୁରୁଣା ଫିଲ୍ମର ନୂଆ ଫ୍ଲେବର୍ ଦେଖିବାକୁ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ଖୁବ୍ ଶୀଘ୍ର ଆସିବ ଦିଲର ସିକ୍ବେଲ୍ । ଯାହାର ନାଁ ରହିଛି ଦିଲ୍ ଏଗେନ୍ । ଏନେଇ ଘୋଷଣା କରିଛନ୍ତି ନିଜେ ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର । କହିଛନ୍ତି, ଫିଲ୍ମ ପାଇଁ ଭଲ ସ୍କ୍ରିପ୍ଟ ଖୋଜା ହେଉଥିଲା । ଏବେ ଏହି ଖୋଜ୍ ପୁରା ହୋଇଯାଇଛି । ତେବେ ସିକ୍ବେଲରେ କିଏ ଅଭିନୟ କରିବେ ସେନେଇ କିଛି କହିନାହାଁନ୍ତି ଇନ୍ଦ୍ର କୁମାର । ହେଲେ ଷ୍ଟାରକାଷ୍ଟକୁ ନେଇ ଆଜିଠୁ ପ୍ରଶସଂକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.