Below header

ପୁଣି ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର, କରୋନାରେ ଜଣାଶୁଣା କଳାକାର ବିକ୍ରମଜିତଙ୍କ ପରଲୋକ

ବଲିଉଡ ଇଣ୍ଡଷ୍ଟ୍ରୀରେ କରୋନା ଏବେ ଘର କରିନେଇଛି। ପ୍ରତିଦିନ କରୋନାରେ କୌଣସି ନା କୌଣସି ଜଣାଶୁଣା କଳାକାର ପୀଡିତ ହେଉଛନ୍ତି। ଏବେ ଏହି କରୋନା ଅଭିନେତା ବିକ୍ରମଜିତ କନୱରପାଲଙ୍କ ପରଲୋକ ହୋଇଛି। ୫୨ ବର୍ଷୀୟ ବିକ୍ରମଜିତ ସେନାରୁ ରିଟାୟର ନେଇ ୨୦୦୩ରୁ ମନୋରଂଜନ ଦୁନିଆରେ ସକ୍ରିୟ ଥିଲେ। ସେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି। ବିକ୍ରମଜିତଙ୍କ ନିଧନ ଖବର ଫିଲ୍ମମେକର ଅଶୋକ ପଣ୍ଡିତ ନିଜର ଟ୍ବିଟର ପେଜରେ ସେୟାର କରିଛନ୍ତି।


ଗତ କିଛିଦିନ ତଳେ ବିକ୍ରମଜିତ ଡିଜନୀ ପ୍ଲସ ହଟଷ୍ଟାର ୱେବ ସିରିଜର ସ୍ପେଶାଲ ଆପ୍ସରେ କାମ କରୁଥିବାର ନଜର ଆସିଥିଲେ। ହିମାଚଳ ପ୍ରଦେଶ ବାସିନ୍ଦା ବିକ୍ରମଜିତ ଅନେକ ବଡ କଳାକାରଙ୍କ ସହିତ କାମ କରିସାରିଛନ୍ତି। ତାଙ୍କ ପରଲୋକରେ ଫ୍ଯାନ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକ ଛାୟା ଖେଳିଯାଇଛି। ଟିଭି ସିରିଅଲ ଛଡା ବିକ୍ରମଜିତ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ମର୍ଡର ୨, ବେବି, ଜଂଜିର, ରକେଟ ସିଂ, ଜବ ତକ ହୈ ଜାନ୍, ଗାଜି-ଆଟାକ ରେ କାମ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.