ରିସେପ୍ସନ୍‌ ପାର୍ଟିରେ ପତ୍ନୀ ଶ୍ୱେତାଙ୍କ ସହ ଡ୍ୟାନ୍ସ କଲେ ଆଦିତ୍ୟ ନାରାୟଣ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଲିଉଡର ଲୋକପ୍ରିୟ ଅଭିନେତା ଏବଂ ସିଙ୍ଗର ଆଦିତ୍ୟ ନାରାୟଣ, ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ୧ ଡିସେମ୍ବରରେ ବିବାହ କରିବା ପରେ ଉଭୟଙ୍କ ରିସେପ୍ସନ୍‌ ପାର୍ଟି ମଧ୍ୟ ରହିଥିଲା। ଏହି ପାର୍ଟିରେ ଆଦିତ୍ୟ ନାରାୟଣଙ୍କ ପରିବାର ସହ ଭାରତୀ ସିଂହ, ହର୍ଷ ଲିମ୍ବାଚିୟା, ଗୋବିନ୍ଦାଙ୍କ ପୁରା ପରିବାର ଏବଂ ଟିଭିର ଅନେକ କଳାକାର ସାମିଲ୍‌ ହୋଇଥିଲେ। ଆଦିତ୍ୟ ନାରାୟଣଙ୍କ ରିସେପ୍ସନ୍‌ ସହ ଜଡିତ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆଦିତ୍ୟ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଆଦିତ୍ୟଙ୍କର ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସମାନେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

sweta ଆଦିତ୍ୟ ନାରାୟଣଙ୍କ ରିସେପ୍ସନ୍‌ର ଏହି ଭିଡିଓରେ, ସଲମାନ୍‌ ଖାନ୍‌ ଏବଂ କାଜଲ୍‌ ଙ୍କ ଗୀତ ‘ସାଜନ୍‌ ଜି ଘର ଆୟେ’ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।  ଆଦିତ୍ୟ ଡ୍ୟାନ୍ସ କରିବା ମଝିରେ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲଙ୍କ ହାତ ଧରି ତାଙ୍କୁ ମଧ୍ୟ ଡ୍ୟାନ୍ସ କରିବା ପାଇଁ ଟାଣୁଥିବାର ଦେଖିବାକୁ ମିଳିଛି। ଏହାପରେ ଉଭୟ ପତି-ପତ୍ନୀ ମିଶି ଏକାଠି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓରେ ଶ୍ୱେତା ରେଡ୍‌ କଲର୍‌ ଗାଉନ ଏବଂ ଆଦିତ୍ୟ ବ୍ଲାକ୍‌ ସୁଟ୍‌ ରେ ନଜର ଆସିଛନ୍ତି। ଭିଡିଓରେ ଉଭୟଙ୍କ ଯୋଡି ଜବରଦସ୍ତ ଦେଖାଯିବା ସହ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରଓ୍ଵାଲଙ୍କ ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଉଭୟ ଏକ ରୋମାଣ୍ଟିକ୍‌ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.