ଦିଲ୍ଲୀରୁ ଆସନ୍ତା ୮ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ, ଦେଶର ସବୁ ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍ ଅକ୍ତିଆର କରାଯିବାକୁ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଚାଷୀଙ୍କ ଭାରତ ବନ୍ଦ ଡାକରା । ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ । ଦିଲ୍ଲୀ ଚଲୋ ଆନ୍ଦୋଳନର ନବମ ଦିନରେ ଚାଷୀ ସଂଗଠନ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି । ଆସନ୍ତା ୮ରେ ଦେଶର ସବୁ ଜାତୀୟ ରାଜପଥରେ ଥିବା ଟୋଲ ଗେଟ୍ ଅକ୍ତିଆର କରାଯିବ ।
ସରକାରଙ୍କୁ ଟୋଲ ଆଦାୟ କରିବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ । ସବୁ ପ୍ରବେଶ ପଥକୁ ସିଲ୍ କରି ଦିଲ୍ଲୀକୁ ମଧ୍ୟ ଅଚଳ କରିଦେବାକୁ ଧମକବାଣୀ ଶୁଣାଇଛନ୍ତି । ଆସନ୍ତାକାଲି ଆଉ ଏକ ପର୍ଯ୍ୟାୟ ଚାଷୀ-ସରକାର ଆଲୋଚନା ରହିଛି । ସରକାର ଦାବି ଗ୍ରହଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଚେତାବନୀ ଦିଆଯାଇଛି । ପୂର୍ବର ଚାଷୀ-ସରକାର ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ନୂଆ କୃଷି ଆଇନ୍କୁ ରଦ୍ଦ କରିବା ଜିଦ୍ରେ ଅଟଳ ଅଛନ୍ତି ଚାଷୀ ।