ଐଶ୍ୱର୍ଯ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ, ବଚ୍ଚନ ପରିବାରରେ ମୋଟ ୪ ପଜିଟିଭ୍‌

ମୁମ୍ବାଇ: କରୋନା ଏବେ ସମଗ୍ର ଦୁନିଆକୁ ନିଜ କବ୍‌ଜାକୁ ନେବା ଆରମ୍ଭ କରିଛି। ଗତକାଲି ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପରେ ଆଜି ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ମାତ୍ର ଜୟାବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାଯାଇଛି। ଏହି ରିପୋର୍ଟ ଆସିବା ପରେ ବଚ୍ଚନ ପରିବାରର ମୋଟ ୪ ଜଣ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଅମିତାଭ ଓ ଅଭିଷେକଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.