Below header

ପତ୍ନୀଙ୍କ ପାଇଁ ଅକ୍ଷୟ କୁମାର ଆଣିଲେ ଏପରି ଗିଫ୍ଟ, ଯାହାକୁ ଦେଖି ସୋସିଆଲ ମିଡିଆରେ ପୋଷ୍ଟ କଲେ ଟ୍ଵିଙ୍କିଲ

ଖିଲାଡି ଷ୍ଟାର ସବୁବେଳେ ଚର୍ଚ୍ଚାରେ। ତାହା ଫିଲ୍ମ ପାଇଁ ହେଉ ଅବା ନିଜର ମହାନତା ପାଇଁ। ଅକ୍ଷୟ କୁମାରଙ୍କ ଏପରି କାମରେ ପତ୍ନୀ ଟ୍ଵିଙ୍କିଲ ମଧ୍ୟ ବେଶ୍‌ ଖୁସି ରହିଥାନ୍ତି। ଟ୍ଵିଙ୍କିଲଙ୍କୁ ପତି ଅକ୍ଷୟ ଯାହା ବି ଗିଫ୍ଟ ଦିଅନ୍ତି, ସେଥିରେ ବେଶ୍‌ ଖୁସି ହୋଇଥାନ୍ତି ସେ। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଟ୍ଵିଙ୍କିଲ ଏବେ ନିଜର ଏକ ପୋଷ୍ଟ ଯୋଗୁଁ ଦର୍ଶକଙ୍କ ଭରପୂର ମନୋରଂଜନ କରୁଛନ୍ତି।

ear ring

ଟ୍ଵିଙ୍କିଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା। ଟ୍ଵିଙ୍କିଲ ପୋଷ୍ଟ କରିଥିବା ଫଟୋ ଏକ କାନଫୁଲ। ଯାହା ପିଆଜରେ ତିଆରି। ଆପଣ ତ ଜାଣିଛନ୍ତି, ପିଆଜର ବର୍ତ୍ତମାନ ମୂଲ୍ୟ ଆକାଶଛୁଆଁ। ଲୋକେ ଏହାକୁ ଖାଇବାକୁ ଡରୁଛନ୍ତି। ଏମିତିରେ ପିଆଜକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାରର ମଜାଦାର ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। କିଏ ପିଆଜକୁ ବେକରେ ହାର କରି ପିନ୍ଧୁଥିବା ବେଳେ କିଏ ସିନ୍ଧୁକରେ ଲୁଚାଇ ରଖୁଛି। ଆଉ କେଉଁଠି ତ ବିବାହ ଉତ୍ସବରେ ପିଆଜ ଉପହାର ଭାବେ ଦିଆଯାଉଛି।

ଏହି ଫଟୋକୁ ସେୟାର କରି ଟ୍ଵିଙ୍କିଲ ଲେଖିଛନ୍ତି, ‘କପିଲ ଶର୍ମା ଶୋକୁ ଫିଲ୍ମ ‘ଗୁଡ ନ୍ୟୁଜ’ର ପ୍ରମୋଶନ ସମୟରେ ଏହି କାନଫୁଲ କରୀନାଙ୍କୁ ଦିଆଯାଇଥିଲା, କିନ୍ତୁ ତାଙ୍କୁ ପସନ୍ଦ ଆସିଲାନି। ତେଣୁ ଅକ୍ଷୟ ଏହାକୁ ମୋ ପାଇଁ ଆଣିଦେଲେ। ସୂଚନାଯୋଗ୍ୟ, ଅକ୍ଷୟ କୁମାର ଏବେ ଫିଲ୍ମ ‘ଗୁଡ ନ୍ୟୁଜ’ର ପ୍ରମୋଶନକୁ ନେଇ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ କରୀନା କପୁର, କିଆରା ଆଡଭାନୀ ଏବଂ ଦିଲଜିତ ଦୋସାଞ୍ଜ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.