Below header

ଅକ୍ଷୟ କୁମାର ଏବଂ କ୍ୟାଟ୍‌ଙ୍କ ‘ସୂର୍ଯ୍ୟବଂଶୀ’ ବକ୍ସ ଅଫିସରେ କଲା ଦମଦାର ରେକର୍ଡ, ମାତ୍ର ୧ ସେକେଣ୍ଡରେ ୧୭ ଟିକେଟ୍‌ ବିକ୍ରି

ଦୀପାବଳିରେ ରିଲିଜ ହୋଇଛି ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ । ଦେଶର ୩୫୧୯ସ୍କ୍ରିନରେ ରିଲିଜ ହୋଇଥିବା ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ ଷ୍ଟାରର ଏହି ଫିଲ୍ମ ରିଲିଜର ପ୍ରଥ ଦିନରେ୨୬.୨୯କୋଟି ଟଙ୍କା ଆଦାୟ କରିଛି । ଏହା ମଧ୍ୟରେ ସୂର୍ଯ୍ୟବଂଶୀ ଏକ ନୂଆ ରେକର୍ଡ ହାସଲ କରିଛି ।


ବୁକ ମାଇଁ ଶୋର ଏକ ସୋସିଆଲ ମିଡ଼ିଆର ପୋଷ୍ଟ ଅନୁସାରେ, ୫ନଭେମ୍ବରରେ ରିଲିଜ ହୋଇଥିବା ଫିଲ୍ମ ସୂର୍ଯ୍ୟବଂଶୀର ଗୋଟିଏ ସେକେଣ୍ଡରେ ୧୭ଟିକେଟ ବିକ୍ରି ହୋଇଛି । ୨୪ଘଣ୍ଟା ଭିତରେ ଫିଲ୍ମର ୭ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇଛି । ଯାହା କୌଣସି ବଲିଉଡ଼ ଫିଲ୍ମ ଲାଗି ବୁକ୍ ମାଇଁ ଶୋର ସବୁଠାରୁ ଅଧିକ । ବାସ୍ତବରେ ସୂର୍ଯ୍ୟବଂଶୀ ସହ ରୋହିତ ସେଟ୍ଟୀ ନିଜର କାଂପ ୟୁନିଭର୍ସକୁ ଆଗକୁ ବଢାଇଛନ୍ତି । ଅଜୟ ଦେବଗନଙ୍କ ସିଙ୍ଘମ ନିର୍ମାଣ କରି ଏହି କାଂପ ୟୁନିଭର୍ସର ଶୁଭାରମ୍ଭ କରିଥିଲେ। ଏହାପରେ ସିମ୍ବା ପ୍ରସ୍ତୁତ କରି ରଣବୀର ସିଂହ ସେଥିରେ ଏଣ୍ଟ୍ରି କରିଥିଲେ ଆଉ ଏବେ ସୂର୍ଯ୍ୟବଂଶୀ ନିର୍ମାଣ କରି ଏଥିରେ ଅକ୍ଷୟ କୁମାର ସାମିଲ ହୋଇଛନ୍ତି।

 

View this post on Instagram

 

A post shared by Akshay Kumar (@akshaykumar)

ଏହା ମଧ୍ୟରେ ଫିଲ୍ମର ଗୀତ ‘ଟିପ୍ ଟିପ୍ ବରଷା ପାଣି’ ଫ୍ୟାନ୍ସଙ୍କୁ ପାଗଳ କରିଛି । ପ୍ରଥମେ ଏହାକୁ ୟୁଟ୍ୟୁବରେ ରିଲିଜ୍ କରାଯାଇଛି। ଗୀତରେ କ୍ୟାଟ୍ରିନା ଓ ଅକ୍ଷୟଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଏହି ଗୀତ୍ ୯୦ ଦଶକରେ ଆସିଥିବା ‘ମୋହରା’ ଫିଲ୍ମର ‘ଟିପ୍ ଟିପ୍ ବର୍ଷା ପାଣି’ ର ରିମେକ୍ ଗୀତ। ଏହି ଗୀତରେ ରବୀନା ଏବଂ ଅକ୍ଷୟ କୁମାର ନଜର ଆସିଥିଲେ।ପୂର୍ବରୁ ଏହି ଗୀତରେ ରବୀନା ଏବଂ ଅକ୍ଷୟଙ୍କୁ ଦର୍ଶକ ପସନ୍ଦ କରିଥିବା ବେଳେ ଏବେ କିନ୍ତୁ ଏହି ଗୀତରେ କ୍ୟାଟ୍ରିନାଙ୍କ ସିଜିଲିଙ୍ଗ ଷ୍ଟାଇଲ୍ ସେକ୍ସି ଲୁକ୍‌ ଦର୍ଶକଙ୍କୁ ପାଗଳ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.