ଫିଲ୍ମ ମେକର ରୋହିତ ସେଟ୍ଟୀଙ୍କୁ କାମ ମାଗିଲେ ବିଗ୍‌ ବି, କହିଲେ ଆମକୁ ବି କାମ କରିବାକୁ ସୁଯୋଗ ମିଳୁ

ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ରୋହିତ ଶେଟ୍ଟୀଙ୍କୁ ତାଙ୍କ ଫିଲ୍ମରେ କାମ କରିବାକୁ କହିଛନ୍ତି। କଥାଟା ଅଜବ ଲାଗୁଥିଲେ ବି ବିଗ୍‌ ବି ରୋହିତ ସେଟ୍ଟୀଙ୍କୁ କାମ ମାଗିଥିଲେ । ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା କେଫ KBC ସିଜିନ୍13′ ସେଟରେ ସେମାନଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ପ୍ରମୋଶନ କରିବାକୁ ଆସିଥିଲେ। ଏହି ସମୟରେ ଅମିତାଭ ତାଙ୍କ ସହ ଅନେକ ଜିନିଷ ବାଣ୍ଟିଥିଲେ।

ଏହି ସମୟରେ କେବିସି 13 ର ହୋଷ୍ଟ ଅମିତାଭ ବଚ୍ଚନ ରୋହିତ ଶେଟ୍ଟୀଙ୍କୁ କହିଛନ୍ତି, ‘ରୋହିତ, ଆପଣ ଏକ ବ୍ଲକବଷ୍ଟର ଫିଲ୍ମ ତିଆରି କରୁଛନ୍ତି ଏବଂ ଆପଣ ଯାହା ବି କାଷ୍ଟ କରୁଛନ୍ତି ତାହା ମଧ୍ୟ ଏକ ବ୍ଲକବଷ୍ଟର ହେଉଛି । ଆପଣ କେବେ ଭାବିଛନ୍ତି କି ଆପଣ ମଧ୍ୟ ଆମ ସହିତ କାମ କରିବା ଉଚିତ୍? ଆମକୁ ବି କେବେ ଚାକିରୀ ମିଳୁ ? ଏହାପରେ ହାତ ଯୋଡି ରୋହିତ କହିଥିଲେ ମୋତେ ଆପଣ ଲଜ୍ଜିତ କରୁଛନ୍ତି ।

ଅମିତାଭ ବଚ୍ଚନ ଆହୁରି କହିଛନ୍ତି, ଅକ୍ଷୟ କୁମାର ଓ କ୍ୟାଟ୍ରିନାଙ୍କ ପାଖରେ ଏମିତି କ’ଣ ଅଛି, ଯାହା ମୋ ପାଖରେ ନାହିଁ । ଆମକୁ ବି କୁହନ୍ତୁ ଯେ ଅକ୍ଷୟ ଏବଂ କ୍ୟାଟ୍ରିନା ଏପରି କରୁଛନ୍ତି କି? ଦୟା କରି ମତେ କୁହନ୍ତୁ ଯେ ଯାହା ଦ୍ୱରା ମୁ ଆପଣଙ୍କ ସହ କାମ କରିବା ପାଇଁ ସୁଯୋଗ ପାଇବି। ଏହା ପରେ ଅକ୍ଷୟ କୁମାର ତାଙ୍କୁ ଉତ୍ତର ଦେଇଥିଲେ ଯେ ସାର୍, ମୋର ନିଜ ନମ୍ବର ୧୭ ବର୍ଷ ପରେ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.