Below header

ବାହୁବଳିଙ୍କଠାରୁ ଅଧିକ ଲୋକପ୍ରିୟ ସାଉଥର ଏହି ସୁପରଷ୍ଟାର , ଜାଣନ୍ତୁ ଗୋଟେ ଫିଲ୍ମକୁ କେତେ ନିଅନ୍ତି ପାରିଶ୍ରମିକ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାୟଦ୍ ଏମିତି ଜଣେ ଆକ୍ଟର ଥିବେ ଯିଏ ଲୋକପ୍ରିୟତା ଏବଂ ଇନକମରେ ବଲିଉଡ୍ କଳାକାରମାନଙ୍କଠାରୁ ପଛରେ ଥିବେ । ଏହି ଇଣ୍ଡଷ୍ଟ୍ରୀରେ ଜଣଙ୍କ ଠାରୁ ଜଣେ ବଳି ସୁପରଷ୍ଟାର ରହିଛନ୍ତି ଯାହାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବଲିଉଡ୍ ଷ୍ଟାରଙ୍କ ତୁଳନା କିଛି ବି କମ୍ ନୁହେଁ । ଏମିତି ଏକ ଆକ୍ଟର ହେଉଛନ୍ତି ଅଲ୍ଲୁ ଅର୍ଜୁନ୍ । ଅଲ୍ଲୁ ଅର୍ଜୁନ୍ ଆଜି ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଅଲ୍ଲୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର ଅଟନ୍ତି ।

Allu-Arjun1ଅଲ୍ଲୁ ନିଜର ଆକ୍ଟିଙ୍ଗ୍ କ୍ୟାରିୟରର ଆରମ୍ଭ ଚାଇଲ୍ଡ ଆଟିଷ୍ଟ୍ ରୂପେ ଆରମ୍ଭ କରିଥିଲେ । ସେ ଫିଲ୍ମ ‘ଗଙ୍ଗୋତ୍ରୀ’ରେ ପ୍ରଥମେ ଲିଡ୍ ରୋଲ ପ୍ଳେ କରିଥିଲେ । ସବୁଠାରୁ ବଡ ବ୍ରେକ୍ ଅଲ୍ଲୁ ଅର୍ଜୁନଙ୍କୁ ଫିଲ୍ମ ‘ଆର୍ଯ୍ୟ’ରୁ ମିଳିଥିଲା । ଏହି ଫିଲ୍ମ ତାଙ୍କ କ୍ୟାରିୟରର ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା । ଫିଲ୍ମରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଦେଖିବାକୁ ମିଳିଥିଲା ଏବଂ ଏଥି ପାଇଁ ତାଙ୍କୁ ଫିଲ୍ମଫେୟାରର ବେଷ୍ଟ ତେଲୁଗୁ ଆକ୍ଟରର ଆୱାର୍ଡ ମିଳିଥିଲା । ଏହାପରେ ଅଲ୍ଲୁ ଅର୍ଜୁନ ସଫଳତାର ପାହାଚ ଚଢିବାକୁ ଲାଗିଥିଲେ ଏବଂ ସେ ଗୋଟେ ପରେ ଗୋଟେ ବ୍ଳକବଷ୍ଟର ଫିଲ୍ମ ଦେଇଚାଲିଲେ ।

alluଇଣ୍ଟରନେଟରେ ଥିବା ଆକାଉଣ୍ଟ ମୁତାବକ ଆଜିକା ସମୟରେ ଅଲ୍ଲୁ ଅର୍ଜୁନ ତେଲୁଗୁ ସିନେମାର ଜଣେ ବଡ ଷ୍ଟାର । ସେ ତାଙ୍କର ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୬ରୁ ୧୮ କୋଟି ଟଙ୍କା ନେଇଥାନ୍ତି । ଏହା ସହିତ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ବଙ୍ଗଳାର ମୂଲ୍ୟ ୧୦୦କୋଟି ଟଙ୍କାରୁ ଅଧିକ ହେବ । ଜୁବଲି ହିଲ୍ସ ସ୍ଥିତ ନିଜ ଘରକୁ ଅଲ୍ଲୁ ପପୁଲାର ଇଣ୍ଟେରିୟର ଡିଜାଇନର ଆମିର ଏବଂ ହାମିଦଙ୍କ ଠାରୁ ଡେକୋରେଟ୍ କରାଇଛନ୍ତି। ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକମାତ୍ର ଏମିତି ସେଲିବ୍ରିଟି ଯାହାଙ୍କ ଫେସବୁକରେ ୧କୋଟିରୁ ଅଧିକ ଫଲୋଅସ୍ ଅଛନ୍ତି ।

alluarjunଏହାବ୍ୟତିତ ତାଙ୍କ ନାଁ ସବୁଠାରୁ ଅଧିକ ଇନକମ୍ କରୁଥିବା ସେଲିବ୍ରିଟିସ୍ ମାନଙ୍କର ନାଁ ଭିତରେ ସାମିଲ ଅଛି । ତାଙ୍କ ଲୋକପ୍ରିୟତା ଦେଖି ତାଙ୍କ ଫିଲ୍ମକୁ ମଲାୟାଲମରେ ଡବିଙ୍ଗ୍ କରାଯାଇ ରିଲିଜ୍ ମଧ୍ୟ କରାଯାଉଛି। ଯେଉଁଥିପାଇଁ ମଲାୟାଲମ୍ ସେନେମା ଇଣ୍ଡଷ୍ଟ୍ରୀରେ ମଧ୍ୟ ତାଙ୍କର ଖୁବ୍ ଚାହିଦା ରହିଛି ।

allu arjunତେଲୁଗୁ ଫିଲ୍ମରେ ରୋମାଣ୍ଟିକ୍ ଅନ୍ଦାଜ ଦେଖାଉଥିବା ଅଲ୍ଲୁ ଅର୍ଜୁନ୍ ମାର୍ଚ୍ଚ ୬ ତାରିଖ ୨୦୧୧ରେ ହାଇଦ୍ରାବାଦର ସ୍ନେହା ରେଡ୍ଡିଙ୍କ ସହିତ ବିବାହ କରିଥିଲେ। ଅଲ୍ଲୁ ଙ୍କୁ ସ୍ନେହାଙ୍କ ସହିତ ପ୍ରଥମ ନଜରରେ ହିଁ ପ୍ରେମ ହୋଇଯାଇଥିଲା । ଦୁହିଁଙ୍କର ପ୍ରଥମ ଦେଖା କମନ୍ ଫ୍ରେଣ୍ଡସ୍ ମାନଙ୍କ ଜରୀଆରେ ଏକ ବିବାହରେ ହୋଇଥିଲା । ଏହି ବିବାହ ଏକ ଲବ୍ ମ୍ୟାରେଜ୍ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.