ଆଇପିଏଲ୍‌ ୨୦୧୯: ସରିଲା ୨୧ଟି ମ୍ୟାଚ୍‌, ଜାଣନ୍ତୁ କିଏ ଆଗରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଏପର୍ଯ୍ୟନ୍ତ ୨୧ଟି ମ୍ୟାଚ୍‌ ଖେଳା ଯାଇ ସାରିଲାଣି । ଗତକାଲି ୨୦ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ଓ୍ଵିକେଟ୍‌ରେ ହରାଇଥିବା ବେଳେ ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଅତି ସହଜରେ ୮ ଓ୍ଵିକେଟ୍‌ରେ ହରାଇଥିଲା କୋଲକାତା ନାଇଟ୍‌ ରାଇଡର୍ସ । ଆଜି ଗୋଟିଏ ମ୍ୟାଚ୍‌ ଖେଳାଯିବ । ୨୨ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ପଞ୍ଜାବ ଏକାଦଶ ଲଢ଼େଇ କରିବେ । ଏବେ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଶାହାରୁଖ ଖାନ୍‌ଙ୍କ କୋଲକାତା ଦଳ । ମୋଟ୍‌ ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୮ ପଏଣ୍ଟ ହାସଲ କରିଛି । ଏହା ପଛକୁ ରହିଛି ଚେନ୍ନାଇ ସୁପର କିଙ୍ଗସ । ଏହି ଦଳ ମଧ୍ୟ କୋଲକାତା ଭଳି ମାତ୍ର ଗୋଟିଏ ମ୍ୟାଚ୍‌ ହାରି ୮ ପଏଣ୍ଟରେ ରହିଥିଲେ ମଧ୍ୟ ରନ୍‌ ହାରରେ ପଛରେ ଅଛି । ସେପଟେ ମିଳିତ ଭାବେ ୬ ପଏଣ୍ଟ ପାଇ ତୃତୀୟରୁ ଷଷ୍ଠ ସ୍ଥାନରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲସ୍‌ ଓ କିଙ୍ଗସ ପଞ୍ଜାବ ଏକାଦଶ । ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ହେଉଛି ୬ଟି ମ୍ୟାଚ୍‌ ପରେ ବି ଖାତା ଖୋଲି ପାରି ନାହିଁ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ।
ଆସନ୍ତୁ ନଜର ପକାଇବା ପଏଣ୍ଟ ତାଲିକା ଉପରେ

IPL POINT TABLE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.